ବସ୍ ମାଲିକଙ୍କ ତାଲିବାନୀ ଶାସନ, ନିଜ ବସ୍ ଟାଇମିଂରେ ଆଉ ଏକ ବସ୍ ଚାଲିବାରୁ ଫାଣ୍ଡି ଆଗରେ ଡ୍ରାଇଭରଙ୍କୁ ଆଣ୍ଠେଇ ଦେଲେ ବସ୍ ମାଲିକ

ଢେଙ୍କାନାଳ : ବସ୍ ମାଲିକଙ୍କ ତାଲିବାନୀ ଶାସନ । ନିଜ ବସ୍ ଟାଇମିଂରେ ଆଉ ଏକ ବସ୍ ଚାଲିବାରୁ ଡ୍ରାଇଭରଙ୍କୁ ଆଣ୍ଠେଇ ଦେଲେ ବସ୍ ମାଲିକ । ତାହା ପୁଣି ଫାଣ୍ଡି ଆଗରେ । ଏଭଳି ଘଟଣା ଦେଖିବାକୁ ମିଳିଛି ତାଳଚେର ବସଷ୍ଟାଣ୍ଡ ନିକଟରେ ।

ଘଟଣାନୁଯାୟୀ, ଢେଙ୍କାନାଳରୁ ତାଳଚେର ଅଭିମୁଖେ ଏକ ବସ, ଆଉ ଏକ ବସକୁ ଓଭରଟେକ କରିବାରୁ ବସ୍ ମାଲିକ ଜଣଙ୍କ ଅନ୍ୟ ବସ୍‌ର ଡ୍ରାଇଭରଙ୍କୁ ତାଙ୍କ ବସ୍ ଟାଇମରେ କାହିଁକି ଗାଡ଼ି ଚଳାଇ ଆଣିଲ ବୋଲି ଗାଳି କରିବା ସହ ଆଣ୍ଠେଇ ଦେଇଥିଲେ ।

ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ନିଜର ହାକିମାତି ଜାହିର କରି ଭବିଷ୍ୟତରେ ଏଭଳି ଘଟଣା ଘଟିଲେ ମାଡ଼ ମାରିବାର ଧମକ ଦେଇଥିଲେ । ଯାହାର ଭିଡିଓ ମୋବାଇଲରୁ ମୋବାଇଲରୁ ଘୂରି ବୁଲୁଛି । ତେବେ ସବୁଠାରୁ ବଡ଼ କଥା ହେଲା ବସଷ୍ଟାଣ୍ଡ ନିକଟରେ ଥିବା ଫାଣ୍ଡି ସମ୍ମୁଖରେ ହିଁ ଘଟିଥିଲା ଏହି ସବୁ ଘଟଣା ।

Leave a Reply

Your email address will not be published. Required fields are marked *