ମହିଳା ଆରଆଇଙ୍କୁ ଆକ୍ରମଣ

ଆନନ୍ଦପୁର : ମହିଳା ଆରଆଇଙ୍କୁ ଆକ୍ରମଣ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଆରଆଇ ଅଫିସରେ ପଶି କାତିରେ ହାଣିଲେ ଜଣେ ବୃଦ୍ଧ । ଗୁରୁତର ଅବସ୍ଥାରେ ମହିଳା ଆରଆଇଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ସୋମବାର ସକାଳ ସମୟରେ ହଠାତ୍‌ ବୃଦ୍ଧ ଜଣଙ୍କ ଆନନ୍ଦପୁର ଆର୍‌ଆଇ ଅଫିସରେ ପଶି ଜଣେ ମହିଳା ଆର୍‌ଆଇଙ୍କୁ ଆକ୍ରମଣ କରିଥିଲେ । ସରକାରୀ ଅଫିସରେ ପଶି ମହିଳା ଆର୍‌ଆଇଙ୍କୁ କାତିରେ ଆକ୍ରମଣ କରିଛନ୍ତି ବୃଦ୍ଧା । ଏବେ ଯାଏଁ ଆରଆଇଙ୍କୁ ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଭିଯୁକ୍ତ ବୃଦ୍ଧ ଗୋବିନ୍ଦ ଜେନାଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

Leave a Reply

Your email address will not be published. Required fields are marked *