ଭଦ୍ରକ : ଭଦ୍ରକ ଚାନ୍ଦବାଲିରେ ତହସିଲଦାରଙ୍କ ଫତଓ୍ବା । ଆବେଦନକାରୀଙ୍କୁ ଗିରଫ କରିବାକୁ ପୋଲିସକୁ ଦେଲେ ନିର୍ଦେଶ । କହିଲେ ଆଜି ଗିରଫ କର ମୁଁ କାଲି ଦେବି ଏଫଆଇଆର । ଚାନ୍ଦବାଲି ତହସିଲ ଅଞ୍ଚଳରେ ତହସିଲଦାରଙ୍କ ଦବଙ୍ଗଗିରି ଚାଲିଛି । ପୋଲିସ ମଧ୍ୟ ତହସିଲଦାରଙ୍କ କଥାରେ କାର୍ଯ୍ୟ କରୁଛି । ଏହା କ’ଣ ମୋ ସରକାର । ଭଦ୍ରକ ଚାନ୍ଦବାଲି ବ୍ଲକ ଜଳେଶ୍ଵରପୁର ପଂଚାୟତରେ ବିବାଦୀୟ ଗାଁ ରାସ୍ତା ଜବର ଦଖଲ ଉଚ୍ଛେଦ ସମୟରେ ଉତ୍ତେଜନା ଦେଖାଦେଇଛି ।
ତହସିଲଦାରଙ୍କ ପାତର ଅନ୍ତର ନିତି ପ୍ରତିବାଦରେ ତହସିଲଦାର ଓ ଆବେଦନକାରୀ ମଧ୍ୟରେ ମୁହାଁମୁହାଁ ହୋଇଛନ୍ତି । ପରେ ଘଟଣା ସ୍ଥଳରୁ ରାଜସ୍ୱ କର୍ମଚାରୀମାନଙ୍କୁ ନେଇ ଫେରିଯାଇଥିଲେ ତହିସିଲଦାର । ଏହି ଉଚ୍ଛେଦରେ ତହସିଲଦାରଙ୍କ ଶାସକ ଦଳ ଚାପରେ ପାତରଅନ୍ତର ପ୍ରତିବାଦରେ ଆବେଦନକାରୀ ପୁଣି ନ୍ୟାୟଳୟକୁ ଯିବାକୁ ଚେତବାନୀ ଦେଇଛନ୍ତି ।
