ବୁଲା କୁକୁରଙ୍କ ଆକ୍ରମଣରେ ହରିଣ ଗୁରୁତର

ଆନନ୍ଦପୁର : ଆନନ୍ଦପୁର ଥାନା କଣ୍ଟିପାଳ ଗାଁ ଦୋଳ ପଡିଆ ନିକଟରୁ ବୁଲା କୁକୁରଙ୍କ ଆକ୍ରମଣରେ ଆହତ ହରିଣକୁ ଉଦ୍ଧାର କରାଯାଇଛି । ଗ୍ରାମବାସୀମାନେ ଉଦ୍ଧାର ପରେ ହରିଣଟିକୁ ବନବିଭାଗକୁ ହସ୍ଥାନ୍ତର କରାଯାଇଛି । ହଦଗଡ ଅଭୟାରଣ୍ୟରୁ ଦୁଇଟି ହରିଣ ଖସିଆସି କଣ୍ଟିପାଳ ଗାଁ ଦୋଳ ପଡିଆ ନିକଟରେ ବୁଲୁଥିଲେ । ଏହି ସମୟରେ ବୁଲା କୁକୁରମାନେ ସେମାନଙ୍କୁ ଆକ୍ରମଣ କରିଥିଲେ । କୁକୁରଙ୍କ ଆକ୍ରମଣରେ ଗୋଟିଏ ହରିଣ ଆହତ ହୋଇଥିବାବେଳେ, ଅନ୍ୟଟି ପୁଣିଥରେ ଦୌଡି ଜଙ୍ଗଲକୁ ପଳାଇଥିଲା । କାଠକଟା ରେଞ୍ଜ କର୍ମଚାରୀମାନେ ଉଦ୍ଧାର ହରିଣର ଚିକିତ୍ସା ଚଳାଇଛନ୍ତି ।

Leave a Reply

Your email address will not be published. Required fields are marked *