ଦାଦନ ଗଡ଼ର ଦାରୁଣ ଦୁଃଖ, ୨ ଜଣଙ୍କ ପରେ ଆଖି ବୁଜିଲେ ଆଉ ଜଣେ ଶ୍ରମିକ

ବଲାଙ୍ଗିର : ବଲାଙ୍ଗିର ଜିଲା ବେଲପଡ଼ା ବ୍ଲକ ଖଲଖଲି ଗାଁର ଜଗଦିଶ ମାଝୀ(୪୦) । ତେଲେଙ୍ଗାନାର ୱାରଙ୍ଗଲକୁ ଜଗଦିଶ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ କାମ କରୁଥିବା ବେଳେ ସେ ଅସୁସ୍ଥ ହୋଇଥିଲେ । ଆଉ ତା’ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ସୂଚନା ଅନୁସାରେ, ଖଲିପଥର ଗାଁର ଦାଦନ ଦଲାଲ ମହିନ୍ଦ୍ର ସୁନା ଜଗଦିଶଙ୍କୁ ୮୫ ହଜାର ଟଙ୍କାରେ ୬ ମାସ କାମ କରିବାକୁ ୱାରଙ୍ଗଲ ପଠାଇଥିଲା । ପ୍ରବଳ ଖରାରେ ତାଙ୍କୁ କାମ କରିବାକୁ ବାଧ୍ୟ କରାଉଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତକଙ୍କ ତିନି ଝିଅ, ପୁଅ ଓ ସ୍ତ୍ରୀ ରହିଛନ୍ତି ।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଦେହ ଅସୁସ୍ଥ ହେବା ପରେ ଚିକିତ୍ସା ନକରାଇ ଘରକୁ ପଠାଇ ଦିଆଯାଇଥିଲା । ଷ୍ଟେସନରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ଶ୍ରମିକଙ୍କ ପରିବାର ଏକ ଆମ୍ବୁଲାନ୍ସରେ ମୃତ ଜଗଦିଶଙ୍କ ଶବକୁ ଗାଁକୁ ଆଣିଥିଲେ । ଦାଦନ ଦଲଲ ମହିନ୍ଦ୍ର ୯୦ ହଜାର ଟଙ୍କା ଦେଇ ମୃତକଙ୍କ ପରିବାରକୁ କଥା ପ୍ରଘଟ ନକରି ଦାହ ସଂସ୍କାର କରିଦେବ ବୋଲି କହିଥିବା ଅଭିଯୋଗ ହୋଇଛି । ଉଲ୍ଲେଖ ଯୋଗ୍ୟ, ସପ୍ତାହେ ମଧ୍ୟରେ ବଲାଙ୍ଗିର ଜିଲାର ଦାଦନ ଗଡ଼ କୁହାଯାଉଥିବା ବେଲପଡ଼ା ବ୍ଲକର ଯୁବା, ସୁଲେକେଲାର ୨ଜଣ ଦାଦନ ଖଟି ଯାଇ ସେଠାରେ ପ୍ରାଣ ହରାଇଥିଲେ ।

Leave a Reply

Your email address will not be published. Required fields are marked *