କୋଭିଡ ହସ୍ପିଟାଲ ନିର୍ମାଣରେ ନିମ୍ନମାନର କାମ ଅଭିଯୋଗ

ଠାକୁରମୁଣ୍ଡା : ଠାକୁରମୁଣ୍ଡା ଡାକ୍ତରଖାନାରେ ଭିତରେ ନିର୍ମାଣ ସରିବାକୁ ବସିଥିବା କୋଭିଡ ହସ୍ପିଟାଲରେ ଏପର୍ଯ୍ୟନ୍ତ ଫଳକ ଲାଗିନାହିଁ । ତେଣୁ କେତେ ଟଙ୍କାର କାମ, କିଏ କରୁଛି, ଆରମ୍ଭ ଓ ଶେଷ କେବେ କିଛି ଜାଣିବାର ଉପାୟ ନାହିଁ । ଏହାଠୁ ବଳି ସ୍ୱଛତା ଆଉ କୋଉଠି ଦେଖିବାକୁ ମିଳିବ ନାହିଁ । ଏ ବିଷୟରେ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିଲେ କେତେ ଟଙ୍କାର କାମ ସିଏ କହି ପାରୁନାହାନ୍ତି । ମାତ୍ର ସବୁ ଜିଲ୍ଲାରେ ଚାଲିଛି ଏକା ପ୍ରକାର ବୋଲି କହୁଛନ୍ତି । ସର୍ଦ୍ଦାର କାନଷ୍ଟ୍ରକ୍ସନ ନାମକ କମ୍ପାନୀ ଏହି କାମ କରୁଥିବା ସେ କହୁଛନ୍ତି ମାତ୍ର କୋଉଠି କିଛି ଫଳକ ନଥିବାରୁ ସ୍ପଷ୍ଟ ଜାଣି ହେଉନି । ନିମ୍ନ ମାନର କାମ ହେଉଥିବାରୁ ଜନସାଧାରଣ ସାମ୍ବାଦିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କାମ ଦେଖିବାରୁ ସିମେଣ୍ଟ କାମ କରି ପାଣି ଦିଆଯାଉନଥିବା, ଇଲେକ୍ଟ୍ରି ୱେଲଡିଂ ପାଇଁ ଜେନେରେଟର ବ୍ୟବହାର ନକରି କ୍ଵାଟରରୁ ସଂଯୋଗ ଅଣାଯାଇ କାମ ହେଉଥିବା ଆଦି ଦେଖିବାକୁ ମିଳିଛି । ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ପାଣି ପାଇପ ଫାଟିଥିଲା ଅଭିଯୋଗ ପରେ ଟ୍ୟାଙ୍କର ନେଇ ପାଣି ଦେଇଛି ବୋଲି କହିଥିଲେ । ତେବେ ସ୍ୱଛତା ରକ୍ଷା ସହ ଉନ୍ନତ ମାନର କାମ ନିଶ୍ଚିତ କରିବା ପାଇଁ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବାକୁ ଜନସାଧାରଣ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *