ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନାୟକାଣୀଡିହି ଥାନା ଏବେ ପାଲଟିଛି ଅପରାଧୀଙ୍କ ଆଡ୍ଡା । ରାତି ପାହିଲେ ଲାଗୁଚି ଅପରାଧୀଙ୍କ ଭିଡ଼ । ସାଧାରଣ ଲୋକମାନେ ଏବେ ନ୍ୟାୟ ପାଇବା ତ ଦୂରେ ଥାଉ ଲୋକଙ୍କ କଥା ଶୁଣିବାକୁ ପୋଲିସ ବାବୁଙ୍କ ସମୟ ମିଳୁନି । କିଛି ଦିନ ମଧ୍ୟରେ ମଦ ମାଫିଆ, ଚୋର କୋଇଲା ମାଫିଆ, ବେଆଇନ ଗୋ ଚାଲାଣ ଠାରୁ ଆରମ୍ଭ କରି ଜୁଆ ଆଡ୍ଡା ବୃଦ୍ଧି ପାଇଛି ନାୟକାଣୀଡିହି ଥାନା କୌଣସି ସମସ୍ୟା ହେଲେ କୁଜି ନେତାଙ୍କ ଫୋନରେ ଥାନା କାମ କରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ମୋଟା ଟଙ୍କା ପିସି ନେଇ ପୋଲିସ ସମସ୍ତ ଘଟଣା ଉପରେ ଆଖି ବୁଝି ଦେଉଥିବା କଥା ଲୋକ କହିଲେଣି । କିଛି ଦିନ ପୂର୍ବରୁ ରାତ୍ରି ସମୟରେ ଥାନା ବନ୍ଦ କରି ଯାତ୍ରା ଦେଖୁଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇଥିଲା, କିନ୍ତୁ ଜିଲ୍ଲା ପ୍ରଶାସନ ଘଟଣାରେ କିଛି ପଦକ୍ଷେପ ନ ନେବା ଲୋକଙ୍କୁ ଚକିତ କରିଛି । ଭଦ୍ରକ ଏସପି ମହୋଦୟ କିଛି ଆଖି ଦୁର୍ଷିଆ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି ।
