ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଚୋରା ମଦର ବନ୍ୟା ।ବହୁ ସ୍ଥାନରେ ଅବିକଳ ନକଲ କରି ବହୁ ବ୍ରାଣ୍ଡର ମଦ ତିଆରି ସହ ବିକ୍ରି କରୁଛନ୍ତି ମାଫିଆ । ଯାହାକୁ ସେବନ କରି ଅନେକ ରୋଗାଗ୍ରସ୍ତ ହୋଇ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି । ତେବେ ଅଭିଯୋଗ ପରେ ଫ୍ଲାଇଂ ସ୍କ୍ୱାଡ୍ ଚଢଉକୁ ଜୋରଦାର କରିଛି । ଶୁକ୍ରବାର ବିଶେଷ ସୂତ୍ରରୁ ଖବର ପାଇ କଟକ ଫ୍ଲାଇଂ ଟିମ୍ ଘାଟଘରସାହି ଅଞ୍ଚଳରେ ଚଢ଼ାଉ କରି ବହୁ ବ୍ରାଣ୍ଡର ନକଲି ମଦ ଜବତ କରିଛି । ଏହା ସହ ବିଭିନ୍ନ ମଦ ରନ୍ଧା ସରଞ୍ଜାମ ଜବତ କରିଛି । ନକଲି ମଦ ତିଆରି କରୁଥିବା ବେଳେ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଏଭଳି ଖବର ମିଳିବା ପରେ ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି । ତେବେ ଜବତ ହୋଇଥିବା ସାମଗ୍ରୀ ନକଲି ନୁହଁ ବରଂ ସରକାରୀ ଦୋକାନର ବଳକା ମଦ ଗଛିତ ଥିଲା ବୋଲି କୁହାଯାଉଛି ।
