ଦୁର୍ନୀତିରେ ଉବୁଟୁବୁ ନୀଳଗିରିର ନରଣପୁର ପଞ୍ଚାୟତ, ମିଛ ବିଲ କରି ଖାଇଗଲେ ଲକ୍ଷାଧିକ ଟଙ୍କା

ବାଲେଶ୍ୱର : ଦୁର୍ନୀତିରେ ଉବୁଟୁବୁ ନୀଳଗିରିର ନରଣପୁର ପଞ୍ଚାୟତ । ମିଛ ବିଲ କରି ଖାଇଗଲେ ଲକ୍ଷାଧିକ ଟଙ୍କା । ଖୋଲିଲା ନୀଳଗିରି ବ୍ଲକର ଦୁର୍ନୀତିର ଭାନୁମତି ପେଡ଼ି । ଦୁର୍ନୀତିର ସବୁ ସୀମା ଟପିଛି ନୀଳଗିରି ବ୍ଲକର ନରଣପୁର ପଞ୍ଚାୟତ । ଖାଇଗଲେ, ନେଇଗଲେ ଦୁର୍ନୀତି ସବୁ ସୀମା ଟପିଗଲେ । ଶେଷରେ ଭିନ୍ନକ୍ଷମ ଓ ନାବାଳକକୁ ଛାଡିଲେଣି । ଉଭୟଙ୍କ ନାଁରେ ଜବକାର୍ଡ଼ ହୋଇଥିବା ବେଳେ, ଗୋଟିଏ ସ୍ଥାନରେ ବିଭିନ୍ନ ନାମ ଦର୍ଶାଇ ୫୦ ଲକ୍ଷ ଟଙ୍କା ଆତ୍ମସାତ୍ ।

ଡ୍ରେନ୍ ନଥାଇ ବିଲ ହେବା, ଡ୍ରେନ୍ ସଫା ନାମରେ ଅର୍ଥ ଲୁଟ୍ ଭଳି ସାଙ୍ଘାତିକ ଅଭିଯୋଗ ନୀଳଗିରି ବ୍ଳକ ନରଣପୁର ପଞ୍ଚାୟତରେ ଆସିବା ପରେ ଦୁର୍ନୀତିର ଖୋଲତାଡ଼ କରିବା ଆରମ୍ଭ କରିଛି ବାଲେଶ୍ଵର ଭିଜିଲାନ୍ସ ବିଭାଗ । ଆଉ ଏସବୁ ଦୁର୍ନୀତିରେ ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ସିଂ, ପଂଚାୟତ ନିର୍ବାହୀ ଅଧିକାରୀ(ପିଇଓ) ହିମାଂଶୁ ଚକ୍ରବର୍ତ୍ତୀ ଆଉ ଏପିଓ ବା ଆଡ଼ିସନାଲ ପ୍ରୋଗ୍ରାମ ଅଫିସର ଶେଖ ଟଫିକ ସାମିଲ ଅଛନ୍ତି ଜାହାର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।

ସାତଖାଲିଆରେ ଧୁନ୍ଦା ହାଉସ ଟୁ କାଳୀଚରଣ ସିଂ ହାଉସ ପର୍ଯ୍ୟନ୍ତ ୩ ଲକ୍ଷ ୫୭ ହଜାର ୧୧୫ ଟଙ୍କାର ଡ୍ରେନ ପାଇଁ ବିଲ ହୋଇଥିବା ବେଳେ ବାସ୍ତବରେ ସେହି ସ୍ଥାନରେ ଡ୍ରେନ ହି ନାହିଁ । ସେହିପରି ୨୦୨୧/୨୨ ରେ ୧ ଲକ୍ଷ ୭୪ ହଜାର ୧୫୦ ଟଙ୍କାର ଗଛ ବୃକ୍ଷରୋପଣରେ ହୋଇଥିବା ବେଳେ କେବଳ ଗୋଟିଏ ଗଛ ଥିବା ବେଳେ ପଡିଆ ସାରା ମରୁଭୂମି ଅଛି ।

ସାତଖାଲିଆ ବନ୍ଧ ପୁନରୁଦ୍ଧାର ଓ ଗାର୍ଡ ୱାଲ ନିର୍ମାଣରେ ବ୍ୟାପକ ଦୁର୍ନୀତି । ଏହିପରି ଅନେକ ଦୁର୍ନୀତିକୁ ପର୍ଦାଫାସ କରିଛନ୍ତି ଗ୍ରାମବାସୀ । ଜନଶୁଣାଣି ଶିବିରରେ ଗ୍ରାମବାସୀ ଅଭିଯୋଗ ଆଣିବା ପରେ ଘଟଣାର ସତ୍ୟତା ଥିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Leave a Reply

Your email address will not be published. Required fields are marked *