କୁଆପଥର ମାଡରେ ବ୍ୟାପକ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ବରଗଡ : ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡରେ ବ୍ୟାପକ ଫସଲ ନଷ୍ଟ । ଗତକାଲି ସନ୍ଧ୍ୟାରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ବର୍ଷା ସହିତ କୁଆପଥର ମାଡ଼ ହୋଇଥିଲା । ଏଥିରେ ବ୍ୟାପକ ପନିପରିବା ଓ ଅନ୍ୟ ଫସଲ କ୍ଷତିଗ୍ରସ୍ତ ହୋଇଛି । ଏହାସହ ଖଳାରେ ଓ ମଣ୍ଡିରେ ପଡିରହିଥିବା ଧାନ ମଧ୍ୟ ନଷ୍ଟ ହୋଇଛି, ଯାହାକୁ ନେଇ ଚିନ୍ତାରେ ଚାଷୀ । ଗତକାଲି ରାତିରେ ଏସବୁ ଅଞ୍ଚଳରେ ପ୍ରାୟ ଅଧାଘଣ୍ଟା ଧରି ବର୍ଷା ହୋଇଥିଲା । ଦୀର୍ଘ ଅଧ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଓ କୁଆପଥର ମାଡ ହୋଇଥିବା ବେଳେ ଚାଷୀଙ୍କ ବ୍ୟାପକ କ୍ଷତି ହୋଇଛି । ଯାହାକୁ ନେଇ ପୁଣି ଥରେ ଚାଷୀ ମୁଣ୍ଡରେ ଚଡକ ପଡିଛି । ଅମ୍ବାଭୋନା ଓ ଭୁକ୍ତା ବ୍ଲକର ବିଭିନ୍ନ ମଣ୍ଡିରେ ଏବେବି ୧ ଲକ୍ଷ ୪୦ ହଜାର କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଧାନ ପଡି ରହିଛି ।

Leave a Reply

Your email address will not be published. Required fields are marked *