ମାଓ ପ୍ରଭାବିତ ଆମ୍ବପଡା ଗ୍ରାମ ଜଙ୍ଗଲରେ ଅପରେସନ ଗ୍ରୀନ୍ କ୍ଲିନ୍

ଲମତାପୁଟ : କୋରାପୁଟ ପୋଲିସ ଦ୍ବାରା ୬୭ ଏକର ଗଞ୍ଜେଇ ଚାଷ ନଷ୍ଟ । କୋରାପୁଟ ପୋଲିସ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ବଡ ପଦକ୍ଷେପ ନେଇଛି । ମାଛକୁଣ୍ଡ ଥାନା ଅନ୍ତର୍ଗତ ମାଓ ପ୍ରଭାବିତ ଆମ୍ବପଡା ଗ୍ରାମ ଜଙ୍ଗଲରେ ଅପରେସନ ଗ୍ରୀନ୍ କ୍ଲିନ୍ । ଗଞ୍ଜେଇ ଚାଷ ନଷ୍ଟ କରିବା ସହ ଚାଷୀଙ୍କୁ  ଗିରଫ କରିବା ଆରମ୍ଭ କରିଛି ପୋଲିସ । ମାଲିକାନା ଜମି ମାଲିକଙ୍କ ନାମରେ ମାମଲା ରୁଜୁ କରୁଛି ପୋଲିସ ।  କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଆମ୍ବପଡା ଗ୍ରାମ ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ । ମାଛକୁଣ୍ଡ, କୋରାପୁଟ ପୋଲିସ, ଡିଭିଏଫ, ଅବକାରୀ ବିଭାଗ, ବନ ବିଭାଗ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୬୭ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇ ସାରିଲାଣି ।ନନ୍ଦପୁର ଏସଡ଼ିପିଓ କହିଛନ୍ତି ଆମ୍ବପଡା ଗ୍ରାମଟି ମାଓ ପ୍ରଭାବିତ ଅଞ୍ଚଳ । କଡା ସୁରକ୍ଷାକୁ ଦୃଷ୍ଟିରେ ରଖି  ବିପୁଳ ଫୋର୍ସ ମୁତୟନ କରି ଗଞ୍ଜେଇ ଚାଷ ନଷ୍ଟ କରାଯାଉଛି । ଡ୍ରୋନ ସାହାଯ୍ୟରେ ଗଞ୍ଜେଇ ଚାଷ ହୋଇଥିବା ଜାଗାକୁ ଚିହ୍ନଟ କରିଥିଲୁ । ଏପର୍ଯ୍ୟନ୍ତ ପୋଲିସ ପ୍ରାୟ ୪୦୦ ଗଞ୍ଜେଇ ଚାଷ ନଷ୍ଟ କରିଥିବା ବେଳେ ୬ ଜଣ ଗଞ୍ଜେଇ ଚାଷୀଙ୍କୁ ଗିରଫ କରାଯାଇଛି ଏବଂ ୩୦ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି  ।  ଜମି ଚିହ୍ନଟ କରି ମାଲିକାନା ଥିବା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ଗିରଫ କରାଯିବ ।

Leave a Reply

Your email address will not be published. Required fields are marked *