ପୁରୀ : ଅର୍ଗସ ଭିଡିଓ ଜର୍ଣ୍ଣାଲାଷ୍ଟଙ୍କୁ ଆକ୍ରମଣ ହୋଇଛି । ଖବର ସଂଗ୍ରହ ପାଇଁ ଯାଇଥିବା ପୁରୀରେ ଅର୍ଗସ ଭିଡିଓ ଜର୍ଣ୍ଣାଲିଷ୍ଟଙ୍କୁ ଆକ୍ରମଣ ହୋଇଥିବା ସୂଚନା ରହିଛି । କଣାସ ବ୍ଳକ ରୁଢୁପୁର ପ୍ରାଥମିକ ବିଦ୍ୟାଳୟରେ ଟଙ୍କା ହଡପ ଅଭିଯୋଗ ନେଇ ଖବର ସଂଗ୍ରହ କରିବାକୁ ଯାଇଥିଲା ଅର୍ଗସ ଟିମ୍ ।
ଦୁର୍ନୀତିର ପର୍ଦ୍ଦାଫାସ ପାଇଁ ଭିଡିଓ ଉତ୍ତୋଳନ କଲା ବେଳେ ଆକ୍ରମଣ ହୋଇଛି । ଶିକ୍ଷକ ବ୍ରହ୍ମାନନ୍ଦ ମହାରଣା ଆକ୍ରମଣ କରିଥିବା ଅଭିଯୋଗ । ସ୍କୁଲ ଗୃହ ନିର୍ମାଣ ଟଙ୍କା ହଡପ ନେଇ ଅଭିଯୋଗ ଆସିଥିଲା । ତେବେ ଏବିଷୟରେ ଖବର ସଂଗ୍ରହ କଲାବେଳେ ଶିକ୍ଷକ ଜଣକ ଆକ୍ରମଣ କରିଥିଲେ । ବଡ କଥା ହେଉଛି ସବୁବେଳେ ସତକଥା ସାମ୍ନାକୁ ଆଣିବାବେଳେ ହିଁ ଅର୍ଗସ ପ୍ରତିନିଧିଙ୍କୁ ଏହିଭଳି ଭାବରେ ଆକ୍ରମଣ କରାଯାଉଛି ।
