ହସିବାରୁ କାରଣ ଦର୍ଶାଅ , ଆଉ ବାକି ରହିଲା ମାଇପ ପାଖରେ ଶୋଇବାରୁ କାରଣ ଦର୍ଶାଅ

ବାଲେଶ୍ଵର :  ବାଲେଶ୍ବର ଜିଲ୍ଲାର ଅଧିକାଂଶ ଜେଇ କଣ କରନ୍ତି ତାହା ପ୍ରତିଦିନ ଖବର କାଗଜ ପଢୁଥିବା ଲୋକ ଅଜଣା ନଥିବେ I ଏମିତିକି ବହୁତ ଜେଇଙ୍କ ପଛପଟୁ ଧରି ବିଭିନ୍ନ ସମୟରେ ଭିଜିଲାନ୍ସ ଟେକିନେଇଛି I ସୋର ଆରଡିରତ ଜଣେ ଜେଇ ଚଡିପିନ୍ଧିକି ପାଚେରି ଡେଇଁକି ପଳେଇଥିଲେ , ଆଉ ଜଣେ ମାନେ ଆରଣ ବାବୁ ଆସ୍ତାନ ଜମେଇକି ପଡିଛନ୍ତି ନା ତାଙ୍କୁ ଲାଜ ଅଛି ନା ଉପରିସ୍ତ ଅଧିକାରିଙ୍କୁ ସରମ ଅଛି , ଲୋକ ଏବେ ଜେଇ ନାଁ ଶୁଣିଲା ବେଳକୁ ଆର ଆଖିରେ ଦେଖୁଛନ୍ତି ଅବଶ୍ୟ ଏଥିରେ କିଛି ଭଲ ଜେଇ ବଦନାମ ହେଉଛନ୍ତି I ତେବେ କିଛି ଡକାୟତ ଜେଇଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କଣ ହୁଏ ତାହା ସମସ୍ତଙ୍କୁ ଜଣା I କିନ୍ତୁ ଆଶ୍ଚର୍ଯ୍ୟର କଥା ଜଣେ ଜେଇ ହସିଦେବାରୁ ତାଙ୍କ ଉପରେ କାରଣ ଦର୍ଶାଅ ନୋଟିସ କରାଯାଇଛି । ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ମିହିର ପଣ୍ଡା ବନ୍ୟା ସମୀକ୍ଷା ବୈଠକରେ ଉପରିସ୍ତ ଅଧିକାରୀଙ୍କ ସାମ୍ନାରେ ହସି ଦେବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଛି । ଅବଶ୍ୟ ହସ ଭିତରେ ଲୁଚି ରହିଥିଲା ବଡ ଅଧିକାରୀଙ୍କୁ ତାଛଲ୍ୟ ।  । ଶୁଣିବାକୁ ମିଳେ ବନ୍ୟା ସମୟରେ ଗୋଟିଏ ପଞ୍ଚାୟତରେ ମାତ୍ର ୪୦-୫୦ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିଲା । କିନ୍ତୁ ୮୫୦ ଜଣଙ୍କୁ ରନ୍ଧାଖାଦ୍ୟ ବଣ୍ଟା ଯାଇଥିବାର ସରକାରୀ ଭାବେ କୁହାଯାଇଥିଲା , ଯାହାକୁ ଦେଖି ଜେଇ ମହୋଦୟ ହସିଦେଇଥିଲେ । ଏହି କାରଣରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଅନ୍ୟପଟେ ପିଡି ରବୀନ୍ଦ୍ର ସାହୁ କହିଛନ୍ତି, କାର୍ଯ୍ୟରେ ଅବହେଳା ପାଇଁ ମିହିରଙ୍କୁ ନୋଟିସ୍ କରାଯାଇଛି ସତ କଣ ମା ଗଙ୍ଗେ ଜାଣନ୍ତି I କିନ୍ତୁ ଆଗାମି ଦିନରେ ବାକିରହିଲା ଆଗାମି ଦିନରେ କେବେ ମାଇପ ପାଖରେ ଶୋଇବାରୁ କାରଣ ଦର୍ଶାଅ ନୋଟିସ ହେଉଛି I

Leave a Reply

Your email address will not be published. Required fields are marked *