ମୃତ ମା’ ସହ ତିନି ଦିନ

ବଲାଙ୍ଗୀର :  ମୃତ ମା’ ପାଖରେ ତିନି ଦିନ ରହିଲା  ୭ ବର୍ଷର ଝିଅ । ଝିଅ ଜାଣି ନଥିଲା ଯେ ତାର ମା ଆଉ ଏ ଦୁନିଆରେ ନାହିଁ । ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗୀର ସାଗରପଡ଼ାରେ । ଶିବମନ୍ଦିର ପାଖ ଭଡ଼ାଘରୁ ମିଳିଛି ମହିଳାଙ୍କ ମୃତଦେହ । ତେବେ ସବୁଠୁ ଦୁଃଖଦ କଥା ହେଉଛି ମୃତଦେହ ପାଖରେ ବସିଥିଲା ୭ ବର୍ଷର ଝିଅ । ମାଆ ଯେ ମରିଯାଇଛି ଏ କଥା ଜାଣି ନଥିଲା । ପାଖ ପଡ଼ୋଶୀ ବି ଏ ବିଷୟରେ ଟେର୍ ପାଇନଥିଲେ । ଆଜି ଯେତେବେଳେ କୁନି ଝିଅଟି ବାହାରକୁ ଆସି କହିଲା ମା’ ପାଟିରୁ ପୋକ ବାହାରୁଛନ୍ତି, ସେତେବେଳେ ଘଟଣା ସମ୍ପର୍କରେ ଲୋକେ ଜାଣିବାକୁ ପାଇଥିଲେ । ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି । ତେବେ ସବୁଠାରୁ ଦୁଃଖର ବିଷୟ ଏହା ଯେ ଏପର୍ଯ୍ୟନ୍ତ କୁନି ଝିଅଟି ଜାଣିନି ଯେ ତା’ର ମା’ ଆଉ କେବେ ନିଦରୁ ଉଠିବ ନାହିଁ । ସେ କହୁଛି ମୋ ମା’ ଶୋଇଛି ।

Leave a Reply

Your email address will not be published. Required fields are marked *