ଜଳେଶ୍ୱର : ପଶ୍ଚିମବଙ୍ଗକୁ ଚୋରାଚାଲାଣ ହେଉଥିବା ବେଳେ ୩ ବେଆଇନ ପଥର ବୋଝେଇ ଟ୍ରକ୍ ଜବତ । ଏହା ସହ ଏକ ଗୋରୁ ବୋଝେଇ ୪୦୭ ଟ୍ରକକୁ ଜବତ କରିଛି ପୋଲିସ । ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳ ଦେଇ ରବିବାର ବିଳମ୍ବିତ ରାତିରେ ୩ ଟି ଟ୍ରକରେ ପଥର ଏବଂ ଏକ ୪୦୭ ଟ୍ରକରେ ୬ ଟି ଗୋରୁ ଚାଲାଣ ହେଉଥିଲା । ଟ୍ରକରେ ବୋଝେଇ କରି ଏସବୁ ପଶ୍ଚିମବଙ୍ଗକୁ ଚୋରାଚାଲାଣ ହେଉଥିଲା । ତେବେ ଖବର ପାଇ ବାଲିଆପାଳ ପୋଲିସ ଚଢ଼ଉ କରିଥିଲା । ଚଢ଼ାଉ ବେଳେ ୫ ଜଣକୁ ଅଟକ ରଖାଯାଇଛି । ଘଟଣାର ଅଧିକ ତଦନ୍ତ କରୁଛି ବାଲିଆପାଳ ପୋଲିସ ।
