ଡାକ୍ତରଖାନାରେ କଟିଗଲା ଲାଇନ୍, ମୋବାଇଲ ଲାଇଟରେ ଚିକିତ୍ସା

ବଲାଙ୍ଗୀର : ଡାକ୍ତରଖାନାରେ ଲାଇନ୍ ନଥିବାରୁ ମୋବାଇଲ ଲାଇଟରେ ହେଲା ଚିକିତ୍ସା । ଏଭଳି ଘଟଣା ଦେଖିବାକୁ ମିଳିଛି ପାଟଣାଗଡ଼  ଡାକ୍ତରଖାନାରେ । ଦୁର୍ଘଟଣାରେ ଶିକାର ବ୍ୟକ୍ତିଙ୍କ ଚିକିତ୍ସା ମୋବାଇଲ ଲାଇଟରେ କରାଯାଇଛି । ଏନେଇ ପାଟଣାଗଡ଼ ଭାରପ୍ରାପ୍ତ ଏସଡିଏମଓ କହିଛନ୍ତି, ଝଡ଼ ତୋଫାନରେ ଲାଇନ୍ କଟି ଯାଇଥିଲା । ଡାକ୍ତରଖାନାରେ ଥିବା ଜେନେରଟର ତାର ଛିଣ୍ଡିଯାଇଥିବା ଯୋଗୁଁ ଏ ଅସୁବିଧା ଉପୁଜିଛି । ଗତକାଲି ଖପ୍ରାଖୋଲ ରାସ୍ତାରେ ଥିବା ବାଲିପଟା ପଡିଆଯୋର ପୋଲ ନିକଟରେ ଦୁଇ କାର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଆହତ ହୋଇଥିଲେ । ଦୁର୍ଘଟଣାରେ ଆଇନଜୀବୀ ଅବନୀ ପଣ୍ଡା ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାକୁ ଆଣିଥିଲେ । ଆଉ ଆହତଙ୍କୁ ମୋବାଇଲ ଆଲୁଏରେ ଚିକିତ୍ସା ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *