ବାଲିଆପାଳରେ ଧୁମଧାମରେ ମହମ୍ମଦ ଜୟନ୍ତୀ ପାଳିତ

ବାଲିଆପାଳ : ରାବିବାର ବାଲିଆପାଳର ବିଭିନ୍ନ ସ୍ଥାନରେ ସଂଖ୍ୟା ଲଘୁ ସମ୍ପ୍ରଦାୟର ଲୋକମାନଙ୍କ ଦ୍ୱାରା ଖୁବ ଧୁମଧାମରେ ମହମ୍ମଦ ଜୟନ୍ତୀ ପାଳିତ ହୋଇଯାଉଛି । ଏହି ଅବସରରେ ବାଲିଆପାଳ ବସ୍ତିରୁ ୨ଟି ବିଶାଳ ଶୋଭାଯାତ୍ରା ବାହାରି ବିଭିନ୍ନ ପିର ବବାଙ୍କ ଆସ୍ଥାନ ପରିକ୍ରମା କରିଥିଲେ । ପୂର୍ବାହ୍ନରେ ବାଇକ ଶୋଭାଯାତ୍ରାରେ କଚୁଆପଡା, ବାସୁଦେବପୁର, କଲରୁଇ ଏବଂ କୁହ୍ଲାଚଡ ଆଦି ଗ୍ରାମରେ ଥିବା ପିର ବାବା ଆସ୍ଥାନ ପରିକ୍ରମା କରି ବାଲିଆପାଳ ବସ୍ତି ବାସିନ୍ଦା ଫେରିଥିଲେ ।ଅପରାହ୍ନରେ ବାଲିଆପାଳ ବସ୍ତିର ମୁସଲିମ ସମ୍ପ୍ରଦାୟର ଭାଇମାନେ ଏକ ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ବାଲିଆପାଳ ଜାମା ମସଜିଦରୁ ପଦଯାତ୍ରାରେ ବାହାରି କଚୁଆପଡ଼ା ହାଫିଜ୍ ବଦିରୁଦିନ ପିର ବାବାଙ୍କ ଆସ୍ଥାନ ପର୍ଯ୍ୟନ୍ତ ଯାଇଥିଲେ ଏବଂ ସେଠାରୁ ପୁଣି ବାଲିଆପାଳ ମସଜିଦକୁ ଫେରି ଆସିଥିଲେ । ଯିବା ରାସ୍ତାରେ ଭାଇଚାରାରେ ଆତ୍ମିକ ସୋଜନମାନଙ୍କୁ ଚକୋଲେଟ ବଣ୍ଟନ କରୁଥିବାର ଦୃଶ୍ୟ ଦେଖିବକୁ ମିଳିଥିଲା । ସେହିପରି ବାଲିଆପାଳ ପଞ୍ଚାୟତର କଚୁଆ ପଡ଼ା ବସ୍ତି ଏବଂ ସଂଧ୍ୟା ସମୟରେ ମଧୁପୁରା ପଞ୍ଚାୟତର ଖାଗଡାପାଲ ବସ୍ତିରୁ ମଧ୍ୟ ଶୁଭାଯତ୍ରା ବାହାରି ବାଲିଆପାଳ ମସଜିଦ ସହିତ ବିଭିନ୍ନ ପିର ବାବା ଆସ୍ଥାନ ପରିକ୍ରମା କରିଥିଲା । ନଜିର ଖାଁ, ରେହେମାନ ଖାଁ, ସେକ ଇନ୍ତିଆଜ, ଶାହାବୁଦ୍ଧିନ ଶାହା, ସିଦ୍ଧିକ ଖାଁ, ଫାଇଜିନ ଖାଁନ, ଫିରୋଜ ଶାହ, ସେକ ଭୁଟୁ, ଖଗଡାପାଳରୁ ସେକ ଅଲତିଆ, ସେକ ବାବୁଲା, ସେକ ପାକ, ସେକ ମହିନ, କଚୁଆପଡାରୁ ସେକ ଇବ୍ରହିମ୍, ଇନ୍ତାଜ ଶାହା, ଇଲିଆସା ସହା, ସେକ କରିମ୍, ସଲିମ୍ ଶାହଙ୍କ ସହିତ ସମସ୍ତ ସଂଖ୍ୟା ଲଘୁ ବସ୍ତିର ବାସିନ୍ଦା ନିଜ ନିଜ ଶୋଭାଯାତ୍ରାରେ ସାମିଲ ଥିଲେ । ସବୁଠି ଶାନ୍ତିପୁର୍ଣ୍ଣ ଭାବରେ ଶୋଭାଯାତ୍ରା ସମାପନ ହୋଇଥିଲା ।

Leave a Reply

Your email address will not be published. Required fields are marked *