ଜାମକୁଣ୍ଡା ଗ୍ରାମରେ ସର୍ପାଘାତରେ ମହିଳାଙ୍କ ମୃତ୍ୟୁ

ବାଲିଆପାଳ : ବାଲିଆପାଳ ବ୍ଲକ ଅନ୍ତର୍ଗତ ଜାମକୁଣ୍ଡା ପଞ୍ଚାୟତର ଜାମକୁଣ୍ଡା ଗ୍ରାମର ପ୍ରଫୁଲ୍ଲ ଜେନାଙ୍କ ଧର୍ମପତ୍ନୀ ପ୍ରତିମା ଜେନାଙ୍କ ମଙ୍ଗଳବାର ସର୍ପାଘାତରେ ମୃତ୍ୟୁ ହୋଇଯାଇଛି । ଶ୍ରୀମତୀ ଜେନା ଆଜି ମଧ୍ୟାହ୍ନରେ ଘରର ଚୁଲି ପାଖରେ କାମ କରୁଥିବା ବେଳେ ବିଷାକ୍ତ ନାଗ ସାପ କାମୁଡି ଦେବା ଫଳରେ ଘରଲୋକମାନେ ସଙ୍ଗେ ସଙ୍ଗେ ବାଲିଆପାଳ ଗୋଷ୍ଠି ସ୍ବାସ୍ତ୍ୟକେନ୍ଦ୍ରକୁ ନେଇଯାଇଥିଲେ । ମାତ୍ର ଡାକ୍ତର ମୃତ ଘୋଷଣା କରିଥିଲେ । ପ୍ରତିମା ଜେନାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ବର୍ଗତ ପ୍ରତିମା ଜେନାଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସ ଦାବୀ କରିଛନ୍ତି ।

Leave a Reply

Your email address will not be published. Required fields are marked *