ସମ୍ପତ୍ତି ଆଗରେ ରକ୍ତର ସମ୍ପର୍କ ତୁଛ; ସମ୍ପତ୍ତି ପାଇଁ ବାପାଙ୍କ ଶବକୁ କାନ୍ଧ ଦେଲାନି ପୁଅ, ମଶାଣୀ ନେଉଥିବା ସମୟରେ ପଡ଼ିଶାଙ୍କୁ ଗୁଡେଇ ମାରିଲା

ପାଟଣା : ସମ୍ପତ୍ତି ଆଗରେ ରକ୍ତର ସମ୍ପର୍କ ତୁଛ । ସମ୍ପତ୍ତି ପାଇଁ ବାପାଙ୍କ ଶବକୁ କାନ୍ଧ ତ ଦେଲେନି, ବାପାଙ୍କ କୋକେଇ କାନ୍ଧେଇ ମଶାଣୀ ନେଉଥିବା ଭାଇ ଓ ପଡ଼ୋଶୀଙ୍କୁ ଗୋଡ଼ାଇ ମାଡ଼ ମାରିଲେ । କେନ୍ଦୁଝର ଜିଲ୍ଲା ପାଟଣା ଥାନା କପୁଣ୍ଡି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।  ଖବର ଅନୁଯାୟୀ, ୯୭ ବର୍ଷୀୟ ବୃଦ୍ଧ ଚୌଧୁରୀ ନାଏକ, ସାନପୁଅ ଶିବପ୍ରସାଦ ନାଏକଙ୍କ ଘରେ ରହୁଥିଲେ । ଏଥିପାଇଁ ଏକ ଜମି ସେ ଶିବପ୍ରସାଦଙ୍କୁ ଦେଇଥିଲେ । ଏହି ଜମିରୁ ଭାଗ ନେବା ପାଇଁ ଚୌଧୁରୀଙ୍କ ବଡ଼ପୁଅ ରାହାସ ନାଏକ ଦାବି କରୁଥଲେ । ଶୁକ୍ରବାର ରାତିରେ  ବାପା ଚୌଧୁରୀଙ୍କ ମୃତ୍ୟୁ ପରେ ଶବ ସଂସ୍କାର ପାଇଁ ଶିବପ୍ରସାଦ ବଡ଼ଭାଇ ରାହାସଙ୍କୁ ଡାକିଥଲେ । ହେଲେ ସେ ନଆସିବାରୁ ବାଧ୍ୟ ହୋଇ ପଡ଼ୋଶୀଙ୍କ ସହାୟତାରେ ଶିବପ୍ରସାଦ ବାପାଙ୍କ କୋକେଇ ନେଇ ଯାଉଥିଲେ । ଏହି ସମୟରେ ବଡ଼ଭାଇ ରାହାସ ଓ ତାଙ୍କ ୫ ପୁଅ ମିଶି ସାନଭାଇ ଓ ଅନ୍ୟମାନଙ୍କୁ ଠେଙ୍ଗା ସାହାଯ୍ୟରେ ପ୍ରବଳ ମାଡ଼ ମାରିଥିଲେ । ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି । ମାମଲା ଥାନାକୁ ଯିବା ପରେ ଶବ ସତ୍କାର ହୋଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *