ଜମି ରହିଛି ଆଣ୍ଠୁଏ  ପାଣି

ରେଙ୍ଗାଲିକ୍ୟାମ୍ପ : ରାସ୍ତା, ପାନୀୟ ଜଳ ଓ ବିଦ୍ୟୁତ୍ ସଂଯୋଗ ଆଦି ଲୋକଙ୍କର ମୌଳିକ ସୁବିଧା, ଏହି ସୁବିଧା ପାଇବା ପ୍ରତ୍ୟେକ ଜନ ସାଧାରଣଙ୍କର ଅଧିକାର ରହିଛି ବୋଲି ସରକାର ଘୋଷଣା କରିଛନ୍ତି ।  କିନ୍ତୁ ୱାର୍ଡ ନଂ ୮ ରେ ଜମି ରହିଛି ଆଣ୍ଠୁଏ  ପାଣି । ଅଦିନିଆ ସାମାନ୍ୟ ବର୍ଷାରେ ରାସ୍ତାରେ ଗମନା ଗମନ କଷ୍ଟକର ହେବା ସହ ଘରୁ ପଡ଼ାକୁ ବାହାରିବା ମୁସ୍କିଲ ହୋଇପଡିଛି । ୱାର୍ଡରେ ରହିଥିବା ନଳକୂଅ ମୂଳେ ମଇଳା ପାଣି ଜମି ରହି ବାଟି ତଳକୁ ପଶୁଛି । ଏହି ନଳକୂପର ପାଣିକୁ ୱାର୍ଡର ଲୋକେ ପାନୀୟ ରୂପେ ବ୍ୟବହାର କରିଥାନ୍ତି । ତେବେ ଏହି ପାନୀୟ ଜଳ ମଧ୍ୟ ଦୂଷିତ ହୋଇ ସାମ୍ପ୍ରତିକ କରୋନା ମହାମାରୀ  ସମୟରେ ବିକଟ ପରିସ୍ଥିତି ସୃଷ୍ଟି କରୁଛି । ଅଶୋକା ୱିଲକାନର ଅଧାପନ୍ତରିଆ କାମ ଯୋଗୁ ଆଜି  ଏଭଳି ଏହିସ୍ଥିିତି ଦେଖା ଦେଇଛି । ନାଳର ଦୁଇପଟ ବନ୍ଦ ରହିବା ଫଳରେ ପାଣି ଡ୍ରେନ ଭିତରେ ଜମି ରହି ଯାଉଛି ଏବଂ  ଏହି ୱାର୍ଡର ଗଳି ରାସ୍ତାଟି ଗଡାଣିଆ ଥିବାରୁ ଜାତୀୟ ରାଜପଥର ପାଣି ମଧ୍ୟ ଗଳି ରାସ୍ତାକୁ ପଶି ଜମି ରହୁଛି । ଏ ନେଇ ୱାର୍ଡବାସୀ ଅନେକ ଥର ଏନଏସିରେ  ଅଭିଯୋଗ କରି ଆସିଛନ୍ତି । ହେଲେ ଆଜି ଯାଏ ତାର କିଛି ସମାଧାନ ହୋଇ ନଥିବା ନେଇ ୱାର୍ଡବାସୀ  କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ବର୍ଷା ଋତୁରେ  ଏହି ରାସ୍ତାର ଅବସ୍ଥା କଣ ହେଉନଥିବ ? ଏହି ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡ଼ୁଛି । ମଶା ମାଛିଙ୍କ ପାର୍ଦୂର୍ଭାବ ବଢୁଛି । ତେବେ ଯଥା ଶୀଘ୍ର ଏହି ସମସ୍ୟାର ସମାଧାନ କରିବା ପାଇଁ ୱାର୍ଡବାସୀ ଦାବି ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *