ପୌର ଭୋଟ ପୂର୍ବରୁ ନିର୍ବାଚନୀ ହିଂସା, ଟଙ୍କା ବାଣ୍ଟୁଥିବା ବେଳେ ମୁହାଁମୁହିଁ ହେଲେ ୨ ଗୋଷ୍ଠୀ

ବଲାଙ୍ଗୀର : ପୌର ଭୋଟ ପୂର୍ବରୁ ବଲାଙ୍ଗୀରରେ ନିର୍ବାଚନୀ ହିଂସା । ସହରର ୧୩ ନମ୍ବର ଓ୍ବାର୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଛି । ଦୁଇ ଜଣ ଗୁରୁତର ହୋଇଥିବା ବେଳେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ କିଛି ଯୁବକ ଭୋଟ ପାଇଁ ଟଙ୍କା ବାଣ୍ଟୁଥିବା ବେଳେ ସେମାନଙ୍କୁ ଅନ୍ୟ ଦଳର କିଛି ଯୁବକ ଓ ପ୍ରାର୍ଥୀ ମନାକରିବା ସହ ବିରୋଧ କରିଥିଲେ । ଏହି ସମୟରେ ଟଙ୍କା ବାଣ୍ଟୁଥିବା ଦଳର ଯୁବକମାନେ ସେମାନଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ । ପରେ ପାଖରେ ଧରିଥିବା କିଛି ମାରଣାସ୍ତ୍ରରେ ସମସ୍ତଙ୍କୁ ଆକ୍ରମଣ କରିଥିଲେ । ଯାହା ଫଳରେ ଦୁଇ ଯୁବକ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତର ହେଲେ ବଲାଙ୍ଗୀର ୧୩ ନମ୍ବର ଓ୍ବାର୍ଡର ରଞ୍ଜିତ ବାଗ ଓ ପିଣ୍ଟୁ ଭୋଇ ଦୁଇ ଜଣ ଯୁବକ ଗୁରୁତର ହୋଇଛନ୍ତି । ପାଖରେ ଅନ୍ୟ ଦଳର ପ୍ରାର୍ଥିନୀ ମଧ୍ୟ ରହିଥିବା ବେଳେ ଭୟରେ ସେଠାରୁ ଚାଲିଆସିଥିଲେ ।

ତେବେ ଏହାକୁ ନେଇ ବଲାଙ୍ଗୀର ଟାଉନ ଥାନାରେ ଅଭିଯୋଗ ହୋଇଛି । ଉଭୟ ଯୁବକଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲ୍ଲା ସ୍ଥାନାନ୍ତର କରାଯାଇପାରେ ବୋଲି କହିଛନ୍ତି ଡାକ୍ତର । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *