ସରକାରଙ୍କର ମାଳମାଳ ଯୋଜନା ସତ୍ତ୍ୱେ ବି ତିଆରି ହୋଇପାରିଲାନି ପୋଲ, ଶେଷରେ କାଠପୋଲରେ ନଦୀ ପାର ହେଲେ ଗ୍ରାମବାସୀ

ମୋହନା : ପ୍ରଶାସନ ଶୁଣିଲାନି । ଶେଷରେ ନଦୀ ଉପରେ କାଠପୋଲ ନିର୍ମାଣ କଲେ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଦୁର୍ଗମ ପୁରୁଣାପାଣି ପଞ୍ଚାୟତ ବାଦପୁର ଓ କୋଦଳବାଡ ଗାଁରେ । ପୋଲ ନିର୍ମାଣ ପାଇଁ ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ନ ଶୁଣିବାରୁ ଗାଁଲୋକେ ନିଜେ ନିର୍ମାଣ କରିଛନ୍ତି କାଠପୋଲ । ସରକାରଙ୍କ ମାଳମାଳ ଯୋଜନା କାହାପାଇଁ । ଗାଁକୁ ରାସ୍ତା ନିର୍ମାଣ ସହ ପୋଲ ନିର୍ମାଣ ପାଇଁ ବିଭିନ୍ନ ଯୋଜନା କରିବା ସହ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ହେଲେ ଏମିତି କିଛି ଗାଁ ଅଛି ବର୍ଷବର୍ଷ ଧରି ଭରା ନଦୀପାର ହୋଇଯିବାକୁ ପଡୁଛି ଲୋକଙ୍କୁ । ଏହି ରାସ୍ତା ଦେଇ ଉକ୍ତ ୨ ଗାଁ ସମେତ ଗଞ୍ଜାମ ଜିଲ୍ଲାର ୫ ଗ୍ରାମବାସୀ ମଧ୍ୟ ଯିବା ଆସିବା କରନ୍ତି । ହେଲେ ସବୁବେଳେ ତାଙ୍କୁ ଭରା ନଈ ପାରହେବାକୁ ପଡୁଛି । ନଦୀରେ ପାରହେବା ବେଳେ ବହୁ ଲୋକଙ୍କ ଜୀବନ ଯାଇଥିବାବେଳେ ଶହଶହ କୁମ୍ଭୀର ଥିବା ଯୋଗୁଁ ଲୋକେ ଯିବା ଆସିବାରେ ଭୟକରନ୍ତି ।

Leave a Reply

Your email address will not be published. Required fields are marked *