ଗୋପ ମହାବିଦ୍ୟାଳୟରେ ତାତିଲେ ଛାତ୍ରଛାତ୍ରୀ

କୋଣାର୍କ : ଗୋପ ମହାବିଦ୍ୟାଳୟରେ ତାତିଲେ ଛାତ୍ରଛାତ୍ରୀ । ମୁଖ୍ୟ ଗେଟକୁ ତାଲା ପକାଇବା ସହ କେତେକ ଗୃହରେ ମଧ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ତାଲା ପକାଇ ଦେଇଥିଲେ । ପିକିନିକ୍ ଯିବାରେ ବିଳମ୍ୱ ସହ ଆଉ କେତେକ ସମସ୍ୟାକୁ ନେଇ ତାଲା ପକାଇ ଦେଇଥିବା ଜଣାପଡିଛି । ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନେ ମଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରିୟମ୍ବଦା ପଣ୍ଡାଙ୍କ କଥା ଶୁଣି ନଥିବା ଜଣାପଡିଛି । ତେବେ ତାଲା ପକାଇବା ସଂପର୍କରେ ଅଧ୍ୟକ୍ଷାଙ୍କୁ ପଚାରିବାରୁ ସେ କହିଥିଲେ କୋଭିଡି ସମୟ ଥିବାରୁ ପିଲାମାନଙ୍କ ପିକିନିକ୍ ଯିବା ସଂପର୍କରେ ପରିଚାଳନା ସଭାପତି ତଥା ଉପ ଜିଲ୍ଲାପାଳ ପୁରୀଙ୍କୁ ଅବଗତ କରିଛି ବୋଲି କହିଛନ୍ତି । ସେମାନେ କହିବା ପରେ ଯାହା କିଛି କରିହେବ । ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ଅଣଛାତ୍ରଙ୍କ ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ଆଜି ମଧ୍ୟ ଏପରି ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *