ବାତ୍ୟା ଆଶଙ୍କାରେ ସମୁଦ୍ର କୂଳକୁ ଫେରିଲେ ମତ୍ସ୍ୟଜୀବୀମାନେ

ଖଲ୍ଲିକୋଟ : ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି । ବିଶେଷକରି ସମୁଦ୍ର ଆଶାନ୍ତ ରହିଥିବା ଆଶଙ୍କା ଥିବାରୁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ଧରିବା ପାଇଁ ଯିବାକୁ ବାରଣ କରାଯାଇଛି । ପୂର୍ବରୁ ସଚେତନତା କରାଯାଇଥିବା ବେଳେ ବହୁ ମତ୍ସ୍ୟଜୀବୀମାନେ ଏବେ କୂଳକୁ ଫେରୁଥିବା ବେଳେ ଆହୁରି ଅନେକ ଡ଼ଙ୍ଗା ସମୁଦ୍ର ମଧ୍ୟରେ ରହିଥିବା ମତ୍ସ୍ୟଜୀବୀମାନେ କହିଛନ୍ତି । ଛତ୍ରପୁର ବ୍ଲକ୍ ଆର୍ଯ୍ୟପଲ୍ଲୀର ବହୁ ମତ୍ସ୍ୟଜୀବୀମାନେ ଦୈନିକ ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥାନ୍ତା ।

Leave a Reply

Your email address will not be published. Required fields are marked *