କେନ୍ଦ୍ରାପଡା ସାମ୍ବାଦିକଙ୍କୁ ଗିରଫ ମାମଲା : ପୋଲିସ ଉପରେ ହେବ କାର୍ଯ୍ୟାନୁଷ୍ଠାନ

କେନ୍ଦ୍ରାପଡା : ଶୁଭାଶିଷ ଷଡଙ୍ଗୀ ଓ ସାମ୍ବାଦିକ ଗିରଫ ମାମଲା ମାନ୍ୟବର ହାଇକୋର୍ଟଙ୍କ କଡା ଆଭିମୁଖ୍ୟ – ଅଲ ଥାନା ଆଇଆଇସି, ଏସଆଇ ଓ ଘଟଣାରେ ସମ୍ପୃକ୍ତ ଥିବା ପୋଲିସମାନଙ୍କ ବିରୁଦ୍ଧରେ ଆଇନି ଅନୁଯାୟୀ କାର୍ଯ୍ୟନୁଷ୍ଠାନ ପାଇଁ ନିର୍ଦେଶ । ଗତ ୨୮.୧୧.୨୦୧୧ ତାରିଖ ଦିନ କେନ୍ଦ୍ରାପଡା ଜିଲ୍ଲାର ଅଲ ଥାନା ପାଖରେ ଏକ ଗୋରୁ ଚୋରା ଚାଲାଣର ଖବର ପାଇଁ ଶୁଭାଶିଷ ଷଡଙ୍ଗୀ ଅଟକାଇଥିଲେ, ତାଙ୍କୁ ଜଣେ ସାମ୍ବାଦିକ, ଜଣେ ସ୍ଥାନୀୟ ଲୋକ ଓ ଜଣେ ହୋମଗାର୍ଡ ସହଯୋଗ କରିଥିଲେ । ବାରମ୍ବାର ଥାନାକୁ ଫୋନ କରିଥିଲେ ମଧ୍ୟ ଥାନାରୁ କିଛି ସହଯୋଗ ମିଳି ନଥିଲା । ସେ ଥାନାକୁ ଯିବା ପରେ ଥାନାରେ ତାଙ୍କୁ ରାତିରେ ଅଟକାଇ ନିର୍ଯାତନା ଦିଆଯାଇଥିଲା, ଏପରିକି ରାତିରେ ମାଲଖାନାରୁ ମଦ ବାହାର କରି ତାଙ୍କୁ ଡରାଇ ଧମକାଇ ପିଆଯାଇଥିଲା । ତାଙ୍କ ଦେହ ଅସୁସ୍ଥ ହୋଇଯିବାରୁ ରାତି ପ୍ରୟ ୧.୩୦ ରେ ସ୍ଥାନୀୟ ଡାକ୍ତରଖାନାକୁ ନିଆଯିଆଥିଲା । ପରେ ମାମଲା ପ୍ରସ୍ତୁତ କରି ତାଙ୍କୁ ଜେଲକୁ ପଠା ଯାଇଥିଲା । ଏହି ତିନି ଜଣଙ୍କ ମଧ୍ୟରୁ ଜଣଙ୍କର ସ୍ତ୍ରୀ ତା’ ପରଦିନ ଥାନାରେ ପହଂଚହିଁବା ପରେ ଉକ୍ତ ମହିଳାଙ୍କୁ ଥାନାରେ ମଦପିଇ ଖରାପ ବ୍ୟବହାର ଦେଖାଇଯାଇଥିଲା, ଏପରିକି ପୋଲିସର କ୍ଷମତାର ଅପ ବ୍ୟାବହାର କରି ମିଛ ମାମଲାରେ ଏନକାଉଣ୍ଟର କରିଦିଆଯିବ ବୋଲି ଧମକ ଦେଇଥିଲେ । ଉକ୍ତ ମହିଳା ୨୯.୧୧.୨୦୨୧ ତାରିଖ ଦିନ ଅଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ, କିଛି ନହେବାରୁ ୧୨.୧୨.୨୦୨୧ ତାରିଖ ଦିନ ଏସପି କେନ୍ଦ୍ରାପଡାଙ୍କୁ ଜଣାଇଥିଲେ । ସାମ୍ବାଦିକ, ସମାଜସେବୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଥିଲେ, କାରଣ ଘଟଣାର ସମ୍ପୂର୍ଣ ଲାଇଭ ଫେସବୁକ ହୋଇଥିଲା । ସବୁଠାରୁ ନିରାଶ ହେବା ପରେ ତାଙ୍କ ପରିବାର ଲୋକ ପୁରୁଷ କମିଶନର ଆବାହକ ଆଇନ ଜୀବୀ ବ୍ୟୋମକେଶ ତ୍ରିପାଠୀଙ୍କୁ ଯୋଗାଯୋଗ କରିଥିଲେ । ଏହାପରେ ଶ୍ରୀ ତ୍ରିପାଠୀ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ ନ-ସି ଆରଏଲଏମପି-୨୩୦୪/୨୦୨୧ ଏହି ମାମଲାର ବିଚାର କରି ଆଜି ସାନମାନୀୟ କୋଟ କେନ୍ଦ୍ରାପଡା ଏସପିଙ୍କୁ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଆଇନି ଅନୁଯାୟୀ କାଯ୍ୟନୁଷ୍ଠାନ ପାଇଁ ଆଦେଶ ପ୍ରଦାନ କରିଛନ୍ତି, ଏଥିସହିତ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ତାହା ଆବେଦନ କାରୀଙ୍କୁ ୪ ସପ୍ତାହ ମଧ୍ୟରେ ଜଣାଇବା ପାଇଁ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *