ନିୟମକୁ ଉଲଂଘନ କରି ପ୍ରାର୍ଥୀପତ୍ର ଦାଖଲ କରିଥିବାରୁ ସାଧାରଣରେ ତାହା ନାକଚ କରିବାକୁ ଦାବି

ବଡବିଲ : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ କାରାଖେଣ୍ଡରା ପଞ୍ଚାୟତର ୨ ସରପଞ୍ଚ ପ୍ରାର୍ଥୀଙ୍କ ବିରୋଧରେ ଅଭିଯୋଗ । ଏଭଳି ଅଭିଯୋଗ ଆଣିଛନ୍ତି ଅନ୍ୟ ଜଣେ ସରପଞ୍ଚ ପ୍ରାର୍ଥୀ ପୁରୁଗୁନ ମୁଣ୍ଡା । ଅଭିଯୋଗ ଅନୁଯାୟୀ, କାରାଖେଣ୍ଡରା ପଞ୍ଚାୟତ ପାଇଁ ନାମାଙ୍କନ କରିଥିବା ସରପଞ୍ଚ ପ୍ରାର୍ଥୀ ସୁବାଷ ସିତାରୀଙ୍କର ୪ଟି ସନ୍ତାନ ରହିଛନ୍ତି । ସେହିପରି ସରପଞ୍ଚ ପ୍ରାର୍ଥୀ ମେନସର ମୁଣ୍ଡା ୨ଟି ବିବାହ କରିଛନ୍ତି । ନିୟମକୁ ଉଲଂଘନ କରି ଏମାନେ ପ୍ରାର୍ଥୀ ପତ୍ର ଦାଖଲ କରିଥିବାରୁ ତାହା ଅଯୋଗ୍ୟ ବିବେଚିତ କରିବା ସହ ସେମାନଙ୍କ ପ୍ରାର୍ଥିତ୍ବ ନାକଚ କରିବା ପାଇଁ ସେ ଯୋଡ଼ା ବ୍ଲକ ନିର୍ବାଚନ ଅଧିକାରୀଙ୍କ ନିକଟରେ ଲିଖିତ ଅନୁରୋଧ କରିଛନ୍ତି । ସେହିପରି ଜୁରୁଡି ଗ୍ରାମପଞ୍ଚାୟତର ୩ ନଂ ୱାର୍ଡର ଦମୟନ୍ତୀ ବେହେରା ଅଭିଯୋଗ କରିଛନ୍ତି ଯେ, ଏହି ୱାର୍ଡରୁ ପ୍ରତିଦ୍ବନ୍ଦିତା କରୁଥିବା ମାଳତୀ ମୁଣ୍ଡାଙ୍କର ୪ଟି ସନ୍ତାନ ଅଛନ୍ତି । ବଳଦା ଗ୍ରାମପଞ୍ଚାୟତର ୧୧ ନଂ ୱାର୍ଡର ଗୌର ନାଏକ ଅଭିଯୋଗ କରିଛନ୍ତି ଯେ, ଏହି ୱାର୍ଡ ସଭ୍ୟ ପ୍ରାର୍ଥୀ ହୋଇଥିବା କଇଁଫୁଲ ନାଏକଙ୍କର ମଧ୍ୟ ଅନୁରୂପ ଭାବେ ୩ଟି ସନ୍ତାନ ରହିଛନ୍ତି । ତେଣୁ ଏହିସବୁ ପ୍ରାର୍ଥୀମାନଙ୍କର ପ୍ରାର୍ଥୀପତ୍ର ନାକଚ କରିବା ପାଇଁ ଦାବି କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ନିର୍ବାଚନ ଦାୟିତ୍ଵରେ ଥିବା ଅଧିକାରୀ ଜଗନ୍ନାଥ ହନୁମାନଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *