ଚୋରା କାଠ ବୋଝେଇ ଟାଟାଏସି ଜବତ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥରୁ ଆଜି ଭୋରରୁ ଏକ ଚୋରା କାଠ ବୋଝେଇ ଟାଟାଏସି କୁ ବନ ବିଭାଗ ଜବତ କରିଛି । କୌଣସି ସୂତ୍ରରୁ କାଠ ଚୋରା ଚାଲାଣ ସମ୍ପର୍କରେ ଖବର ପାଇ ପାଟଣା ରେଞ୍ଜର ଟିକେଶ୍ବର ମହାନ୍ତଙ୍କ ନେତୃତ୍ବରେ ବନ ବିଭାଗ ୪୯ ନମ୍ବର ଜାତୀୟ ରାଜପଥ ଉପରେ ଛକି ରହିଥିବା ବେଳେ ବନ ବିଭାଗକୁ ଦେଖି ଗାଡ଼ି ଚାଳକ ଗାଡ଼ି ରଖି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା । ତେବେ ବନ ବିଭାଗ ଜବତ ଗାଡ଼ିଟିକୁ ପାଟଣା ରେଞ୍ଜ କାର୍ଯ୍ୟାଳୟକୁ ଆଣିଛି । ଗାଡିରୁ ୨୬ ଟି ସାଇଜର କାଠ ଜବତ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୩୫ ହଜାରରୁ ଉର୍ଦ୍ଧ୍ବ ହେବ ବୋଲି ବନ ବିଭାଗ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *