ବଣାଇରେ ରକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଣାଇ : ସଡକ ଦୁର୍ଘଟଣାରେ ଆହତ ଲୋକଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ବଣାଇ ସଦର ମହକୁମାର (ITDA) ସମ୍ମିଳନୀ କକ୍ଷରେ ରାଉରକେଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର (ରକ୍ଷକ) ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଣାଇ ଉପଜିଲ୍ଲାପାଳ ଯୋଗ ଦେଇଥିବା ବେଳେ, ଅନ୍ୟମାନଙ୍କ ମଧ୍ୟରେ ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଅତିରିକ୍ତ ମୋଟରଯାନ ନିରିକ୍ଷକ ପର୍ଶୁରାମ ସାହୁ, ବଣାଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଜେନାମଣି ସାହୁଙ୍କ ସମେତ ଦିଲ୍ଲୀରୁ ଆସିଥିବା ମାଷ୍ଟର ଟ୍ରେନର ପ୍ରଦିପ ଭଟ୍ଟାଚାର୍ଯ୍ୟ ଯୋଗଦେଇ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଉପସ୍ଥିତ ଥିବା ଵଣାଇର ଯୁବକ, ବୁଦ୍ଧିଜୀବୀ ଓ ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ଓ ଦୁର୍ଘଟଣା ସମ୍ବନ୍ଧରେ ପ୍ରଶିକ୍ଷଣ ଦେଇଥିଲେ । ବର୍ତ୍ତମାନ ଦିନକୁ ଦିନ ମୋଟରଯାନ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ, ‌ସେହି ଅନୁପାତରେ ରାସ୍ତା ଦୁର୍ଘଟଣା ମଧ୍ୟ ବଢିବାରେ ଲାଗିଛି । ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିକୁ ଚିକିତ୍ସା ନିମନ୍ତେ ପ୍ରଥମ ୧ ଘଣ୍ଟା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ , ସେହି ସମୟରେ ଆହତଙ୍କୁ ତୁରନ୍ତ ଚିକିତ୍ସା ସହାୟତା ପ୍ରଦାନ କରାଗଲେ , ଅନେକ ଜୀବନ ରକ୍ଷା ହୋଇପାରିବ । ତେଣୁ ଏହାକୁ ଦୃଷ୍ଟିରେ ରଖି ଏହି ରକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଗକୁ ନୂତନ ଆଶା ସୃଷ୍ଟି କରିବ ବୋଲି ଉପସ୍ଥିତ ଅତିଥିମାନେ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *