ଅଶାନ୍ତ ହୋଇ ଉଠିଛି ଭୀମକୁଣ୍ଡ, ଅମାନିଆମାନେ ବିପଦପୂର୍ଣ୍ଣ ଭାବେ ଉଠାଉଛନ୍ତି ଫଟୋ

ପାଟଣା : କେନ୍ଦୁଝରର ପର୍ଯ୍ୟଟନସ୍ଥଳ ଭୀମକୁଣ୍ଡ ଏବେ ଅଶାନ୍ତ ହୋଇ ଉଠିଛି । ବୈତରଣୀ ନଦୀରେ ବନ୍ୟା ଆସିବା ଫଳରେ କ୍ରମଶଃ ଭୟଙ୍କର ରୂପ ଧାରଣ କରୁଛି ଭୀମକୁଣ୍ଡ ।

ବନ୍ୟା ଜଳର ବେଗ ଭୀମକୁଣ୍ଡର ବିଶାଳ ପ୍ରସ୍ତରରେ ପିଟି ହୋଇ ଅଧିକ ତୀବ୍ର ହେଉଛି । ଅନ୍ୟ ଦିନେ ଭୀମକୁଣ୍ଡର ଶାନ୍ତ, ଶୀତଳ ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ବେଳେ ଭୀମକୁଣ୍ଡର ଉଗ୍ରରୂପ ଦର୍ଶକଙ୍କ ମନରେ ଭୟ ଜାତ କରୁଛି ।

ତେବେ ଭୀମକୁଣ୍ଡ ଅଶାନ୍ତ ହୋଇ ପଡ଼ିଥିବା ବେଳେ କିଛି ଅମାନିଆ ଯୁବକ ବନ୍ୟାଜଳ ପ୍ରବାହିତ ହେଉଥିବା ସମୟରେ ବିପଦପୂର୍ଣ୍ଣ ଭାବରେ ଓ୍ୱାଚ୍ ଟାଓ୍ୱାରକୁ ଯାଇ ଫଟୋ ଓ ଭିଡିଓ ଉତ୍ତୋଳନ କରିବାର ଦୃଶ୍ୟ ଭାଇରାଲ ହୋଇଛି । ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନଥିବାରୁ କେତେବେଳେ ଅଘଟଣ ଘଟିବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *