ଥାନା ପରିସର ପାଲଟିଛି ବାଦୁଡିଙ୍କ ଅଭୟାରଣ୍ୟ

ବାଙ୍କୀ : ପରିବେଶ ସନ୍ତୁଳନ ରକ୍ଷା ପାଇଁ ଏକ ଉପାଦେୟ ପ୍ରାଣୀ ହେଉଛି ବାଦୁଡି । ମାତ୍ର ପରିବେଶ ଅସନ୍ତୁଳନ ଆଉ ଶୀକାର ବାଦୁଡିକୁ ବିଲୁପ୍ତ ପ୍ରାୟ କରି ଦେଲାଣି । କିନ୍ତୁ କଟକ ଜିଲ୍ଲା ବାଙ୍କୀରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ । ପୋଲିସ ସୁରକ୍ଷା ବଳୟରେ ରହିଛନ୍ତି ବାଦୁଡି । ପୋଲିସର ସୁରକ୍ଷା ବଳୟ ପାଇଁ ବାଙ୍କୀ ଥାନା ପରିସର ଏବେ ବାଦୁଡିଙ୍କ ଅଭୟାରଣ୍ୟ ପାଲଟିଛି ।

ଦୀର୍ଘ ବର୍ଷ ହେବ ବାଙ୍କୀ ଥାନା ପରିସରରେ ନିର୍ଭୟରେ ଦୋଳି ଖେଳୁଛନ୍ତି ହଜାର ହଜାର ବାଦୁଡି । ଔଷଧୀୟ ଗୁଣ ପାଇଁ ବଣ ଜଙ୍ଗଲରେ ଅବାଧରେ ବାଦୁଡି ଶିକାର ଚାଲୁଥିବା ବେଳେ ଏଠି ପୋଲିସ ଭୟରେ ଲୋକ ଶିକାର କରୁନାହାଁନ୍ତି । ପରିବେଶବିତ୍ ବି କୁହନ୍ତି ପୋଲିସ ହସ୍ତକ୍ଷେପ ଯୋଗୁଁ ଏଠି ବାଦୁଡି ନିର୍ଭୟରେ ବସବାସ କରିପାରୁଛନ୍ତି । ଆଉ ବାଦୁଡିଙ୍କ ପରିବେଶ ପ୍ରତି ଥିବା ବିଶେଷ ଅବଦାନ ଯୋଗୁଁ ବାଦୁଡି ବଂଶବୃଦ୍ଧି ନିହାତି ଆବଶ୍ୟକ ।

ଅଧିକାଂଶ ସମୟରେ ପୋଲିସର କାର୍ଯ୍ୟାନୁଷ୍ଠାନ ଦରକାର ହୁଏନି, କେବଳ ପୋଲିସର ଉପସ୍ଥିତି ହିଁ ଯଥେଷ୍ଟ ହୋଇଥାଏ । ବାଙ୍କୀରେ ବାଦୁଡି ସଂରକ୍ଷଣ କ୍ଷେତ୍ରରେ ମଧ୍ୟ ଠିକ୍ ସେମିତି ପୋଲିସର ଉପସ୍ଥିତି ଯୋଗୁଁ ହିଁ ବଞ୍ଚି ରହିଛନ୍ତି ବାଦୁଡି ।

Leave a Reply

Your email address will not be published. Required fields are marked *