ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ

ପୁରୀ : ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ପୂର୍ବରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ବେଆଇନ୍ ନିର୍ମାଣକୁ ବିରୋଧ କରି ଉପବାସରେ ବସିଲା ଜଗନ୍ନାଥ ସେନା । ଗୋଟିଏ ପଟେ ବେଆଇନ୍ ନିର୍ମାଣ ଜାରି ରହିଥିବା ବେଳେ ଏହାକୁ ନେଇ ଦୀର୍ଘଦିନ ଧରି ପ୍ରତିବାଦ ଜାରି ରହିଛି । ଠିକ୍ ଏତିକି ବେଳେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଉଦଘାଟନ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ।

କିନ୍ତୁ କାର୍ଯ୍ୟସୂଚୀରେ ନିର୍ମାଣସ୍ଥଳ ପରିଦର୍ଶନର କୌଣସି ସୂଚନା ନାହିଁ । ଶ୍ରୀକ୍ଷେତ୍ରରୁ ଦିଲ୍ଲୀ ପର୍ଯ୍ୟନ୍ତ ଏବେ ସବୁଠି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ରାଜ୍ୟ ମୁଖିଆଙ୍କ ନୀରବତା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏହାର ପ୍ରତିବାଦ ସ୍ଵରୂପ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ସଦବୁଦ୍ଧି ଓ ଶ୍ରୀମନ୍ଦିରକୁ ସୁରକ୍ଷା ଦେବାପାଇଁ ଜଗନ୍ନାଥ ସେନା ତରଫରୁ ଅଭିନବ ଉପାୟରେ ଶ୍ଵେତଗଙ୍ଗା ପୁଷ୍କରିଣୀରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ୧୦୮ ଥର ବୁଡା ଯାଇଥିବା ବେଳେ ଆଜି ଉପବାସରେ ରହି ପ୍ରତିବାଦ ଜଣାଉଛି ଜଗନ୍ନାଥ ସେନା ।

Leave a Reply

Your email address will not be published. Required fields are marked *