ରାଜ୍ୟରେ ଆଜିଠୁ ରାତି ତାପମାତ୍ରା ୩ ରୁ ୪ ଡିଗ୍ରୀ ହ୍ରାସ ପାଇବ : ଖସିବ ପାରଦ, ବଢିବ ଶୀତ

ଭୁବନେଶ୍ୱର : ଖସିବ ପାରଦ, ବଢିବ ଶୀତ । ଆଜିଠୁ ରାତି ତାପମାତ୍ରା ୩ ରୁ ୪ ଡିଗ୍ରୀ ହ୍ରାସ ପାଇବ । ପ୍ରଭାବରେ ରାଜ୍ୟରେ ବଢିବ ଶୀତର ପ୍ରକୋପ । ଆସନ୍ତା ୩ ଦିନ ଯାଏ ରାତି ସମୟରେ ସର୍ବନିମ୍ନ ତାପମାତ୍ରା କମ୍ ରହିବ । ଉପକୂଳ ଓଡିଶାରେ ତାପମାତ୍ରା ୩ ଡିଗ୍ରୀ ହ୍ରାସ ପାଇବାକୁ ଥିବା ବେଳେ, ଆଭ୍ୟନ୍ତରୀଣ ଓଡ଼ିଶାରେ ୧.୫ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ ।

ପ୍ରଭାବରେ ଶୀତର ପ୍ରକୋପ ବଢିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ପୁଣି ୨୯ ରୁ କ୍ରମଶଃ ରାତିର ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

Leave a Reply

Your email address will not be published. Required fields are marked *