ସୋର : ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁ ଗାଁ ବୋଲି ଭିକ୍ଷାବୃତ୍ତି କରୁଛି ନାବାଳକ ପୁଅ । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅଧୀନ ସାଜନପୁର ପଞ୍ଚାୟତ ବରହମପୁର ଗ୍ରାମର ଉମେଶ ଜେନା କ୍ୟାନ୍ସରରେ ପୀଡିତ ହୋଇ ମୃତ୍ୟୁ ବରଣ କରିଥିଲେ ।
ଆର୍ଥିକ ଅନାଟନ ଭିତରେ ଚଳୁଥିବା ପରିବାର ଏବେ ଶୁଦ୍ଧିକ୍ରିୟା ପାଇଁ ସ୍ୱେଚ୍ଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦ ସହାୟତାର ହାତ ବଢାଇବା ସହିତ ନାବାଳକ ପୁଅ ସହିତ ବୁଲି ବୁଲି ଭିକ୍ଷା ବୃତ୍ତି କରୁଛନ୍ତି ।
