କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସହରରେ ଥିବା ପ୍ରଶିଦ୍ଧ ଜଳେଶ୍ଵର ମନ୍ଦିରରୁ ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଆଜି ସକାଳୁ ସକାଳୁ ମନ୍ଦିର ପୂଜାରୀ ମନ୍ଦିରକୁ ପୂଜା କରିବାକୁ ଆସି ଦେଖିଲା ବେଳେକୁ ମନ୍ଦିରର ତାଲା ଭଙ୍ଗା ହୋଇଥିଲା ।
ଦାନ ବାକ୍ସ, ଘଣ୍ଟ ଚାରୋଟି, ପିତଳର ବାଲ୍ଟି, ପିତ୍ତଳର ଚାରୋଟି ଗଡୁ, ୩ଟି ଘଣ୍ଟି, ୩ଟି ଘଣ୍ଟ ସମେତ ବିଭିନ୍ନ ଜିନିଷ ନଥିବା ଦେଖିବାକୁ ମିଳିଥିଲା । ମନ୍ଦିର ପରିଚାଳନା କମିଟିକୁ ପୂଜାରୀ ଜଣାଇବା ପରେ ଭବାନିପାଟଣା ଟାଉନ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
