ଗଣେଶ ପୂଜା ଭୋଗ ଖାଇ ୧୨ ଛାତ୍ରୀ ଅସୁସ୍ଥ

ଉଦଳା : ଗଣେଶ ପୂଜାରେ ହୋଇଥିବା ଭୋଗ ଖାଇ ୧୨ ଛାତ୍ରୀ ଅସୁସ୍ଥ । ଏହି ଅସୁସ୍ଥ ୧୨ ଛାତ୍ରୀ ହଷ୍ଟେଲ ଅନ୍ତେବାସିନୀ ହୋଇଥିବା ଜଣାଯାଇଛି । ଖୁଣ୍ଟା ବ୍ଲକ ଧାନଘେରା ଏକଲବ୍ୟ ମଡେଲ ବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବିଦ୍ୟାଳୟରେ ଗଣେଷ ପୂଜା ହୋଇଥିବା ବେଳେ ଛାତ୍ରୀମାନେ ପୂଜା ଭୋଗ ଖାଇଥିଲେ । ପରେ ନାଚି ଥିଲେ । ତେବେ ହଠାତ ୧୨ ଅନ୍ତେବାସିନୀଙ୍କ ଶରୀର ଅସୁସ୍ଥ ହେବା ସହିତ ମୁଣ୍ଡ ବୁଲାଇଥିଲା ଓ ବାନ୍ତି ହୋଇଥିଲା । ହଷ୍ଟେଲ ୱାର୍ଡେନ ଛାତ୍ରୀଙ୍କୁ ଚିକିତ୍ସା କରିବା ପାଇଁ ଉଦଳା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ସତ୍ୱେ ସେମାନଙ୍କୁ ଡାକ୍ତରଙ୍କ ପାଖରେ ଦେଖାଇ ପୁଣିଥରେ ୱାର୍ଡେନ ହଷ୍ଟେଲକୁ ନେଇ ଯାଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *