ବଢିବ ଗ୍ରୀଷ୍ମର ପ୍ରକୋପ, ତାତିବ ମାର୍ଚ୍ଚ

ଭୁବନେଶ୍ୱର : ବଢିବ ଗ୍ରୀଷ୍ମର ପ୍ରକୋପ, ତାତିବ ମାର୍ଚ୍ଚ ।  ଆକାଶରୁ ବର୍ଷିବ ନିଆଁ । ଆସନ୍ତା ୨୬ ତାରିଖ ବେଳକୁ ଗ୍ରୀଷ୍ମ ତାର ପ୍ରକୋପ ଦେଖାଇବ । ଅସ୍ତବ୍ୟସ୍ତ ହେବ ଜନଜୀବନ । ୪୫ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ ପାରଦ ।

ଖବର ଅନୁଯାୟୀ, ଆଣ୍ଡାମାନ ସାଗର ଅଞ୍ଚଳରେ ରବିବାର ସଂଧ୍ୟାରେ ଘଣ୍ଟାପ୍ରତି ୫୫ କିମି ବେଗରେ ପବନ ବୋହୁଥିଲା । ଆଗାମୀ ୨୪ ଘଣ୍ଟାରେ ଏହା ଏକ ଡିପ୍‌ ଡିପ୍ରେସନ୍‌ର ପରିଣତ ହେବ ।  ପରେ  ଆସନ୍ତା ୩୬ ଘଣ୍ଟାରେ ଏହା ବାତ୍ୟାରେ ପରିଣତ ହେବ । ମିଆଁମାର ପାଣିପାଗ ବିଭାଗର ପୁର୍ବାନୁମାନ ଅନୁଯାୟୀ, ବାତ୍ୟା ଆସାନୀ ୨୨ ତାରିଖରେ ସଂଧ୍ୟା ସମୟରେ ଉପକୂଳ ନିକଟବର୍ତ୍ତୀ ହେବ ।  ଚଳିତ ବର୍ଷର ଏହା ପ୍ରଥମ ବାତ୍ୟା । ଏଥିରେ ମିଆଁମାର ଅଧିକ ପ୍ରଭାବିତ ହେବ ବୋଲି ଅନୁମାନ କରାଯାଉଛି । ପରେ ବାତ୍ୟା ଧିରେ ଧୀରେ କୋକି ଦୀପ ଅଭିମୁଖେ ଯିବ ।  ବାତ୍ୟାର ପ୍ରଭାବ ଓଡିଶା ଉପରେ ବିଶେଷ ପଡିବ ବୋଲି ଆକଳନ କରାଯାଉଛି । କିଛି ଜିଲ୍ଲାରେ ୨.୫ ମିଲିମିଟରର ବର୍ଷା ହେବାର ଅନୁମାନ କରାଯାଉଛି ।

ଅନ୍ୟପଟେ ଭୁବନେଶ୍ୱରରେ ଏହାର ବିପରୀତ ପ୍ରଭାବ ପଡିବ । ଆଗାମୀ ସପ୍ତାହରେ ବଢିବ ତାପମାତ୍ରା ।  ୨୬ ମାର୍ଚ୍ଚରେ ଭୁବନେଶ୍ୱରରେ ତାପମାତ୍ରା ୪୨-୪୫ ଡିଗ୍ରୀ ମଧ୍ୟରେ ରହିବାକୁ ଥିବାବେଳେ, ୨୨ ଏବଂ ୨୫ ମାର୍ଚ୍ଚରେ ତାପାମାତ୍ରା ୪୦ ଡିଗ୍ରୀରେ ରହିପାରେ ।  ଭୁବନେଶ୍ୱର ବାସୀଙ୍କୁ ଆଗାମୀ ଦିନରେ ପ୍ରବଳ ଖରାର ତାପ ସହିବାକୁ ପଡିବ । ଏହାପରେ ଅପ୍ରେଲ୍‌ ମାସରେ ପୁରା ଓଡିଶବାସୀ ପ୍ରବଳ ଗରମ ଅନୁଭବ ହେବ ବୋଲି ଆକଳନ କରାଯାଉଛି ।  ମାର୍ଚ୍ଚ ୩୧ ରୁ ଅପ୍ରେଲ୍‌ ୬ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର ଜିଲ୍ଲାର କିଛି ସ୍ଥାନରେ ତାପମାତ୍ରା ଉପର ମୁହାଁ ରହିବ ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *