ଢେଙ୍କିକୋଟ ସେବା ମାର୍ଗରେ ଆଣ୍ଠୁଏ ପାଣି

ପାଟଣା : ୨୦ନଂ ଜାତୀୟ ରାଜପଥରେ ଢେଙ୍କିକୋଟର ପୂର୍ବ ପାର୍ଶ୍ଵ ସେବାମାର୍ଗ (ସର୍ଭିସ ରୋଡ)ରେ ଆଣ୍ଠୁଏ ପାଣି ଜମି ରହୁଛି । ଡାକବଙ୍ଗଳା ଫାଟକ ଠାରୁ ବସ୍ ରହଣି ସ୍ଥଳ ଯାଏ ଏହି ଅବସ୍ଥା ସୃଷ୍ଟି ହୋଉଛି । ଆଗକୁ ବର୍ଷା ଋତୁ ଆସୁଛି । ତଥାପି ଠିକା ସଂସ୍ଥାର ନିଦ ଭାଙ୍ଗୁନାହିଁ । ପୂର୍ବ ପାର୍ଶ୍ଵ ସେବା ମାର୍ଗରେ ୨୦ନଂ ଜାତୀୟ ରାଜପଥକୁ ରାସ୍ତା ଥିଲେ ମଧ୍ୟ ଏହି ପାର୍ଶ୍ଵ ଖାଲଖମାରେ ପୂର୍ଣ୍ଣ ହୋଇ ରହୁଛି । ଏପରିକି କଟକ ଭୁବନେଶ୍ୱର ଯିବାକୁ ଅପେକ୍ଷାରତ ଯାତ୍ରୀଙ୍କୁ ପାଣି କାଦୁଅରେ ପଶି ବସ୍ ଧରିବାକୁ ପଡୁଛି । ବିଦେଶୀ ମଦ ଦୋକାନ ଠାରୁ ଗୁରୁକୁଳ ଶିକ୍ଷା କାର୍ଯ୍ୟାଳୟ ଯାଏ ସେବା ମାର୍ଗ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିବାବେଳେ ବାରମ୍ବାର ଗଣ-ମାଧ୍ୟମ ଦୃଷ୍ଟି ଆକର୍ଷଣ ସତ୍ତ୍ବେ ଠିକା ସଂସ୍ଥା କାମ କରୁନଥିବାରୁ ଜନସାଧାରଣଙ୍କ ମନରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେଲାଣି । ଆସନ୍ତା ସପ୍ତାହକ ମଧ୍ୟରେ ଏହି ସେବାମାର୍ଗ କାମ ସଂପୂର୍ଣ୍ଣ କରାନଗଲେ ସେବାମାର୍ଗରେ ଲୋକେ ଧାରଣା ଦେଇ ପ୍ରତିବାଦ ଜଣାଇବେ ବୋଲି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *