ପିଇବା ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ, ମାନବିକତା ଭୁଲି ଯାଉଛନ୍ତି ବିଭାଗୀୟ ଅଧିକାରୀ

ଗୁରୁଣ୍ଡିଆ : ଗୁରୁଣ୍ଡିଆ ବ୍ଲକ୍ ନରେନ୍ଦ୍ର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଟିକିରାପୋଷ, ଜଙ୍ଗଲ ପରିବେଷ୍ଟିତ ଏକ ଗରୀବ ଆଦିବାସୀ ଗ୍ରାମ । ୪୦ ରୁ ୫୦ ଟି ପରିବାରର ଅନ୍ୟୁନ ୩୦୦ ଲୋକ ସେଠାରେ ବସବାସ କରୁଥିବା ବେଳେ ଗ୍ରାମରେ କୈାଣସି ପ୍ରକାର ଜଳ ଯୋଗାଣର ସୁବିଧା ନାହିଁ । କେବଳ ୨/୩ ଟି ହାତମରା ନଳକୂପ ଉପରେ ଭରସା କରନ୍ତି ସମସ୍ତ ଗ୍ରାମବାସୀ । ଗୋଟିଏ ସାହିର ନଳକୂପ ଖରାପ ହେଲେ ଦୀର୍ଘ ଅଧ କିଲୋମିଟର ଯାଇ ଲମ୍ବା ଲାଇନରେ ଛିଡ଼ାହୋଇ ପାଣି ମୁନ୍ଦିଏ ଆଣିବା କଷ୍ଟକର ହୋଇପଡେ ସାହି ବାସିନ୍ଦାଙ୍କୁ । ସାରା ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ବଢ଼ିଚାଲିଥିବାବେଳେ ଟୋପାଏ ପିଇବା ପାଣି ପାଇଁ ଅନେକ ସଂଘର୍ଷ କରିବାକୁ ପଡୁଛି ଗ୍ରାମବାସୀଙ୍କୁ । ଦୀର୍ଘ ଦିନ ଧରି ଗ୍ରାମର ନଳକୂପ ଅଚଳ ଅବସ୍ଥାରେ ପଡ଼ିରହିଥିଵା ବେଳେ, ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଯେତେ ଅଭିଯୋଗ କଲେ ମଧ୍ୟ ତାର କୌଣସି ସୁଫଳ ମିଳିପାରୁନାହିଁ । ତେଣୁ ଵଣାଇ ପ୍ରଶାସନିକ ମୁଖ୍ୟ ତୁରନ୍ତ ଧ୍ୟାନ ଦେଇ ଗ୍ରାମବାସୀଙ୍କୁ ଏ ଗ୍ରୀଷ୍ମ ପ୍ରବାହର ଜଳ ସଂକଟରୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଛନ୍ତି  ।

Leave a Reply

Your email address will not be published. Required fields are marked *