ମିଥ୍ୟା ପେଟ୍ରୋଲ୍‌ ବିଲ୍‌ ଦେଇ ଠକେଇ : ୩ କନ୍‌ଷ୍ଟେବଲ୍‌ ନିଲମ୍ବିତ

ସମ୍ବଲପୁର : ପଞ୍ଚାୟତ ନିର୍ବାଚନ ସମୟରେ ମିଥ୍ୟା ପେଟ୍ରୋଲ୍‌ ବିଲ୍‌ ଦେଇ ଠକେଇ କରିଥିବା ସମ୍ବଲପୁର ଜିଲ୍ଲା ପୁଲିସର ୩ କନ୍‌ଷ୍ଟେବଲ୍‌ଙ୍କୁ ନିଲମ୍ବନ କରିଛନ୍ତି ଏସ୍‌ପି । ତେଲ ଭର୍ତ୍ତିରେ ଓଭର ବିଲିଂ ନେଇ ଅଭିଯୋଗ ନେଇ ରାଜ୍ୟ ପୁଲିସ ମୁଖ୍ୟାଳୟରୁ ସୂଚନା ଆସିବା ପରେ ଜିଲ୍ଲା ପୁଲିସ ପକ୍ଷରୁ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତଦନ୍ତ ବେଳେ ୧୬ଟି ବସରେ ତେଲର ପରିମାଣ ଓ ଦୂରତାରେ ମେଳ ଖାଉ ନଥିବା ଜଣାପଡ଼ିଥିବା ତଦନ୍ତ କରୁଥିବା ଅଧିକାରୀ ଡିଏସ୍‌ପି ଯୋଗେଶ୍ବର ଓରାମ ସୂଚନା ଦେଇନ୍ତି । ଏ ବାବଦରେ ୩୦ ଲକ୍ଷ ଟଙ୍କାର ବିଲିଂ କରାଯାଇଥିବା ଜଣାପଡ଼ିଛି । ପ୍ରାୟ ୮ ଲକ୍ଷ ଟଙ୍କାର ଗଡ଼ବଡ଼ ହୋଇଥିବା ଜଣାପଡ଼ିଛି । ଗୋଟିଏ ଗୋଟିଏ ଗାଡ଼ିରେ ୩୦ ରୁ ୪୦ ଲିଟର ଯାଏ ତେଲ ହେରଫେର ହୋଇଥିବା ଜଣାପଡ଼ିଥିଲା । ଏହାପରେ ରିଜର୍ଭ ପୁଲିସ ବିଭାଗରେ ଏମ୍‌ଭି ସେକ୍‌ସନ୍‌ରେ କାର୍ଯ୍ୟରତ ୩ କନ୍‌ଷ୍ଟେବଲ୍‌ ସୀମାଞ୍ଚଳ ସେଠୀ, ଅଜିତ ଧଳ ଓ ରଂଜିତ ସ୍ବାଇଁଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି ।

Leave a Reply

Your email address will not be published. Required fields are marked *