ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟାରେ ଉବୁଟୁବୁ ଭଦ୍ରକ, ସପ୍ତାହରେ ୨ୟ ଥର ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ

ଭଦ୍ରକ : ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟାରେ ଉବୁଟୁବୁ ଭଦ୍ରକ । ସପ୍ତାହରେ ଦ୍ଵିତୀୟ ଥର ପାଇଁ ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ରବିବାର ସକାଳ ୫ଟା ସୁଦ୍ଧା ଜଳସ୍ତର ୧୮.୭୫ ମିଟର ରହିଛି ।

ସେହିପରି ସାଳନ୍ଦୀ ନଦୀରେ ମଧ୍ୟ ଜଳସ୍ତର ବଢିଛି । ବୈତରଣୀ ଓ ସାଳନ୍ଦୀ ନଦୀର ଶାଖା ନଦୀ ରେବ, କପାଳୀ, ଗେଙ୍ଗୁଟି, କୋଚିଳା, ଯଅ ଆଦି ନଦୀର ଜଳସ୍ତର ବଢିଛି । ଭଦ୍ରକ ଜିଲ୍ଲାର ଧାମନଗର, ଭଣ୍ଡାରିପୋଖରୀ, ତିହିଡି ଓ ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳ ବନ୍ୟା ଦ୍ବାରା ପ୍ରଭାବିତ ହେବ ।

ତେବେ ପୂର୍ବ ବନ୍ୟାର ପାଣି ସମ୍ପୂର୍ଣ୍ଣ ନିଷ୍କାସିତ ହୋଇନଥିବା ବେଳେ ଏବେ ପୁଣି ବୈତରଣୀରେ ବନ୍ୟା ସଙ୍ଗୀନ ପରିସ୍ଥିତି ସୃଷ୍ଟି କରିଛି । ଚାଷ ଜମିଗୁଡିକରୁ ବନ୍ୟା ପାଣି କମ ହୋଇନଥିବା ବେଳେ ପୁଣି ବିଭିନ୍ନ ଏସକେପ୍ ଦେଇ ବନ୍ୟା ଜଳ ଚାଷ ଜମିକୁ ମାଡିଛି । ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ଦେଖି ଓଡ୍ରାଫର ୨ଟି, ଏନଡିଆରଏଫ ର ୨ଟି ଏବଂ ଅଗ୍ନିଶମ ବାହିନୀର ୮ଟି ଟିମ୍ ମୁତୟନ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *