ବଣାଇ : ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକ ଠାରେ ଅବସ୍ଥିତ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଗତକାଲି ଏକ ଛାତ୍ରୀ ଆତ୍ମସୁରକ୍ଷା ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ଼ ଜିଲ୍ଲାପରିଷଦର ଉପାଧ୍ୟକ୍ଷ କମଲ ଲାକ୍ରା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ଛାତ୍ରୀ ଆତ୍ମରକ୍ଷା କାର୍ଯ୍ୟକ୍ରମର ସହ ସଂଯୋଜକ ଅକ୍ଷୟ କୁମାର ଦଳ ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ତପନ କୁମାର ଦଣ୍ଡିଆ ମଞ୍ଚାସିନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ଶିବିର ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ଛାତ୍ରୀମାନଙ୍କ ଆତ୍ମସୁରକ୍ଷାର ଆବଶ୍ୟକତା ଓ କୌଶଳ ସମ୍ବନ୍ଧୀୟ ଜ୍ଞାନ ଆହରଣ କରି ନିଜକୁ ଶକ୍ତିଶାଳୀ କରିବା ନିମନ୍ତେ ଆହ୍ବାନ ଦେଇଥିଲେ । କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଜର୍ଜିନିଆ ବୁଡ଼, ଗୁରୁଣ୍ଡିଆ ସରପଞ୍ଚ ପ୍ରଭାକର ମୁଣ୍ଡା, ପ୍ରଶିକ୍ଷିକା ଅଞ୍ଜଳି ଓରାମଙ୍କ ସମେତ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହିଥିଲେ ।
