ସମ୍ବଲପୁର : ବୃଦ୍ଧା ଦମ୍ପତ୍ତିକୁ ମାଡ ମାରି ଲୁଟ । ସମ୍ବଲପୁରରେ ଶୀତଳ ଷଷ୍ଠୀ ଆରମ୍ଭ ଠୁ ଦିନ ଦ୍ଵିପ୍ରହରେ ଘରେ ପସି ବୃଦ୍ଧା ଦମ୍ପତ୍ତିଙ୍କୁ ମାଡ ମାରି ଲୁଟ । ଧନୁପାଲି ଥାନା ଅନ୍ତଗତ ସିଟି ଷ୍ଟେସନ ନିକଟରେ ଥିବା ଶ୍ୟାମସୁନ୍ଦର ଡାଲମିଆ ଦୋକାନ ଭିତରକୁ ପଶି ଦୁର୍ବୁତ୍ତ ମାଡ ମାରିବା ସହ ଲୁଟ କରିଛନ୍ତି । ଘଟଣା ଶୁକ୍ରବାର ଦିନ ୨ ଟା ୪୫ ମିନିଟ ସମୟ ହୋଇଥିବା ବେଳେ ସବୁ ସିସିଟିଭି କ୍ୟାମେରା କଏଦ ହୋଇଛି ।
ପ୍ରଥମେ ୬ ରୁ ୭ ଜଣ ଦୁର୍ବୁତ୍ତ ଦୋକନ ଭିତରକୁ ପସିଥିଲେ । ପରେ ହାତଗୋଡ ବାନ୍ଧି ଶ୍ୟାମସୁନ୍ଦରଙ୍କୁ ମାଡ ମାରିଥିଲେ । ପରେ ଘରେ ଭିତରେ ୧ ଲକ୍ଷ ୧୦ ହଜାର ଟଙ୍କା ଲୁଟ କରିବା ସହ ସାମଗ୍ରୀ ଚୋରୀ କରିନେଇଛନ୍ତି । ଘଟଣା ନେଇ ଧନୁପାଲି ପୋଲିସ ମାମଲା ରୁଜୁ କରି ତଦନ୍ତ ଚଲାଇଛି ।
ଗୋଟିଏ ପଟେ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁରରେ ପୋଲିସ ବ୍ୟାପକ ଫୋସ ମୃତୟନ କରିଥିବା ବେଳେ ଅନ୍ୟପଟେ ଦିନ ଦ୍ଵିପ୍ରହରରେ ଲୁଟକୁ ନେଇ ସୁରକ୍ଷା ବ୍ୟବସ୍ଥାରେ ପ୍ରଶ୍ନ ଉଠିଛି ।
