ମେଷ : ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ଭଲ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ରହିବେ । ଚିନ୍ତାଧାରା ଉନ୍ନତମାନର ହେବ । ଦାମ୍ପତ୍ୟ ସୁଖ ମିଳିବ ।
ବୃଷ : ଅଯଥା ବିତର୍କରେ ଭାଗ ନନେଇ ନିରବ ଦର୍ଶକ ସାଜି ପାରନ୍ତି । କାର୍ଯ୍ୟରେ ବିଘ୍ନ ଉପୁଜିପାରେ । ଦିନଟି ସମସ୍ୟା ବହୁଳ ହୋଇପାରେ । ମଧୁର କଥାରେ ପରକୁ ଆପଣାର କରିପାରନ୍ତି । ଖର୍ଚ୍ଚାନ୍ତ ଯୋଗ ଅଛି ।
ମିଥୁନ : ଅଧିକ ଜ୍ଞାନ ଅର୍ଜନ ପାଇଁ ଉଦ୍ୟମ ଜାରି ରଖିବେ । ସତ୍ କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ସରକାରୀ ଓ ବେସରକାରୀ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସରକାରୀ ସ୍ତରରେ ସମ୍ମାନିତ ହେବେ ।
କର୍କଟ : କର୍ମ ତତ୍ପର ହେବେ । ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ । ହସଖୁସିରେ ସମୟ ଅତିବାହିତ କରିପାରନ୍ତି । ଆମୋଦ ପ୍ରମୋଦରେ ବୁଡ଼ି ରହିବେ । ସୁସ୍ଥ ଓ ନିରାମୟ ରହିବେ । ଶାସ୍ତ୍ରଜ୍ଞ ହେବେ ।
ସିଂହ : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । କ୍ଷମତା ହାସଲ କରି ତା’ର ସଦ୍ବ୍ୟବହାର କରିବେ ଓ ଜନ ସମର୍ଥନ ଲାଭ କରିବେ । ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିପାରନ୍ତି ।
କନ୍ୟା : ଥଣ୍ଡା କଫରେ ଆକ୍ରାନ୍ତ ହୋଇ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି । ଜଳ ଯାତ୍ରାରେ ବିପଦ ଅଛି । ବିଦ୍ୟାବାନ୍, ଗୁଣୀ ଓ ଚତୁର ହେବେ । ପତ୍ନୀଙ୍କ ଧନରେ ସୁଖ ଭୋଗ କରିପାରନ୍ତି । ପରାମର୍ଶଦାତା ହେବେ ।
ତୁଳା : ଆଜି ଦିନ ଭିତରେ ଯାହା ଘଟଣା ଘଟିବ ତାହା ସୁଖବୋଧ ହେବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ଆହାର ରୁଚିକର ହେବ । ସ୍ବ ଇଚ୍ଛାରେ ସ୍ବଚ୍ଛାସେବୀ ଭାବେ ନିୟୋଜିତ ହେବେ ।
ବିଛା : ଶତ୍ରୁକୁ ପରାଜିତ କରି ଶାନ୍ତି ଫେରିପାଇବେ । ସାରା ଦିନ କାର୍ଯ୍ୟବ୍ୟସ୍ତ ରହିବେ । ଋଣ ପରିଶୋଧ କରି ଆଶ୍ବସ୍ତ ହେବେ । ପରୋପକାର କରି ପ୍ରଶଂସିତ ହେବେ । ଭବିଷ୍ୟ ଯୋଜନା ପ୍ରସ୍ତୁତ କରିବେ ।
ଧନୁ : ତଥ୍ୟ ହାସଲ ପାଇଁ ଅଧ୍ୟୟନରତ ହୋଇପାରନ୍ତି । ବିଭିନ୍ନ ସୂତ୍ରରୁ ଆର୍ଥିକ ଅନୁଦାନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ଦେବ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ମକର : ପରିଶ୍ରମ କଷ୍ଟଦାୟକ ହୋଇପାରେ, ମାତ ତା’ର ମୂଲ୍ୟ ମିଳିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । କାର୍ଯ୍ୟରେ ସଫଳତା ମିଳିବ । କୃଷି କାର୍ଯ୍ୟ ଲାଭଦାୟକ ହେବ । ଉଦାର ସ୍ବଭାବର ହେବେ ।
କୁମ୍ଭ : ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ । ଦେବ ଦର୍ଶନ ଶାନ୍ତିଦାୟକ ହେବ । ସରକାରୀ ସ୍ତରରୁ ଲାଭବାନ୍ ହୋଇପାରନ୍ତି । ବିଭିନ୍ନ ସ୍ତରରେ ସମ୍ମାନିତ ହେବେ । ସାଧନାରେ ସିଦ୍ଧିପ୍ରାପ୍ତ ହେବେ ।
ମୀନ : ଭାଗ୍ୟୋନ୍ନତିର ସୂଚନା ମିଳୁଛି । ସାଂସାରିକ ସୁଖଶାନ୍ତି ଅବ୍ୟାହତ ରହିବ । ବିବିଧ ଉପାୟରେ ଧନ ଆହରଣ କରିପାରନ୍ତି । ଅନ୍ୟର ମଙ୍ଗଳ କାମନା କରି ବିଭୁକୃପା ଲାଭ କରିବେ । କୀର୍ତ୍ତିମାନ୍ ହେବେ ।
