ତେଲକୋଇ : ତେଲକୋଇ ଅବକାରୀ ଥାନା ପକ୍ଷରୁ ଚଢାଉ କରାଯାଇ ଗୁରୁବାର ବିପୁଳ ପରିମାଣର ମହୁଲୀ ମଦ ଜବତ କରାଯାଇଥିବା ବେଳେ ମହୁଲୀ ମଦ ଏବଂ ପୋଚ ନଷ୍ଟ କରାଯାଇଛି । ତେଲକୋଇ ଥାନା ଅନ୍ତର୍ଗତ ସଲେଇକେନା ପଞ୍ଚାୟତର ବିଭିନ୍ନ ସ୍ଥାନରେ ଚଢାଉ କରି ୭୫ ଲିଟର ମହୁଲୀ ମଦ ସହିତ ତିନି ଜଣଙ୍କୁ ଗିରଫ କରାଯାଇ ନ୍ୟାୟାଳୟକୁ ଚାଲାଣ କରିଥିବା ବେଳେ ସଲେଇକେନା ନାଳରେ ୫୦ ଲିଟର ମହୁଲୀ ମଦ ଏବଂ ୧୨୦୦ କେଜି ମହୁଲ ପୋଚ ନଷ୍ଟ କରିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ସଲେଇକନାର ସୁଜିତ ନାୟକ (୩୨) ଙ୍କ ଠାରୁ ୨୫ ଲିଟର ମହୁଲୀ ମଦ ଜବତ କରାଯାଇ ମାମଲା ନମ୍ବର ୧୦୨/୨୦୨୧-୨୨, ସଲେଇକନାର ସୁନା ମୁଣ୍ଡା (୬୪) ଙ୍କ ଠାରୁ ୩୦ ଲିଟର ମହୁଲୀ ମଦ ଜବତ କରାଯାଇଛି । ମାମଲା ନମ୍ବର ୧୦୩/୨୦୨୧-୨୨ ଏବଂ ରୁଗୁଡିର ବୁଧୁରାମ ମୁଣ୍ଡା (୪୫) ଙ୍କ ଠାରୁ ୨୦ ଲିଟର ମହୁଲୀ ମଦ ଜବତ କରାଯାଇଛି । ମାମଲା ନମ୍ବର ୧୦୪/୨୦୨୧-୨୨ ରେ ନ୍ୟାୟାଳୟକୁ ଚାଲାଣ କରିଛନ୍ତି । ଏହା ସହିତ ସଲେଇକନା ନାଳ ନିକଟରେ ୫୦ ଲିଟର ମହୁଲୀ ଓ ୧୨୦୦ କେଜି ମହୁଲ ପୋଚ ନଷ୍ଟ କରାଯାଇଛି ।
