ବାଲେଶ୍ଵରରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ, ଜଣେ ଯୁବକ ଗୁରୁତର

ବାଲେଶ୍ଵର : ବାଲେଶ୍ୱର ଆର୍ତ୍ତକବିରାଜ ରୋଡରେ ବିଳମ୍ବିତ ରାତିରେ ଗୁଳିକାଣ୍ଡରେ ଜଣେ ଯୁବକ ଆହତ ହୋଇଥିବା ଜଣାପଡିଛି । ଯୁବକଙ୍କ ଆଖିରେ ଗୁଳି ବାଜିଛି । ଯୁବକ ଜଣଙ୍କ କମଲ କୁମାର ଦାସ ବୋଲି ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲେଶ୍ଵର ମେଡିକାଲ ଓ ପରେ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ସୂଜାଲ କୁମାର ଚୌଧୁରୀକୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *