ବଣିଆଁଡିହା ଗ୍ରାମ ପଂଚାୟତର ଭଅଁରେଶ୍ୱର କମ୍ୟୁନିଟି ସେଣ୍ଟର ପ୍ରାଙ୍ଗଣରେ ସଫେଇ କାର୍ଯ୍ୟକ୍ରମ

ବାଲିଆପାଳ : ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଠାରୁ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଏହି ସ୍ୱଛତା ଅଭିଯାନ ଚାଲିବ । ସୂଚନା ଅନୁସାରେ ଆଜି ବାଲିଆପାଳ ବ୍ଲକ ବଣିଆଁଡିହା ଗ୍ରାମ ପଂଚାୟତ ଭଅଁରେଶ୍ୱର କମ୍ୟୁନିଟି ସେଣ୍ଟର ପ୍ରାଙ୍ଗଣରେ ସଫେଇ କାର୍ଯ୍ୟକ୍ରମ ହୋଇଥିଲା । ଏହି ସେଣ୍ଟରଟି ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ରଘୁନାଥ ମହାନ୍ତିଙ୍କ ଅନୁଦାନରେ ଆରମ୍ଭ ହୋଇଥିଲା । ଏବେ ତାହା ଅଧା ପନ୍ତରିଆ ହୋଇ ପଡ଼ିରହିଛି । ସେହି କମ୍ୟୁନିଟି ସେଣ୍ଟରକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ତମାନର ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ହାତ ପାଣ୍ଠିରୁ କିଛି ଅନୁଦାନ ପାଇଁ ସାଂସଦଙ୍କ ପ୍ରତିନିଧି ମହେଶ୍ୱର ଜେନା, ଲଙ୍ଗଳେଶ୍ୱର ମଣ୍ଡଳ ସଭାପତି ଗଗନ ସାହୁ, ମଣ୍ଡଳ ଯୁବମୋର୍ଚା ସଭାପତି ଅଜିତ ପଟ୍ଟାୟତ ସାଂସଦଙ୍କୁ ଅନୁରୋଧ କରିଛନ୍ତି । ତେବେ ଆଜିର ଏହି ସଫେଇ କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ମହେଶ୍ୱର ଜେନା, ଅଜିତ ପଟ୍ଟାୟତ, ଗଗନ ସାହୁ, ଚିନ୍ମୟ ଜେନା, ସୁବାସ ବେହେରା, ସାଧବ ମଲ୍ଲିକ, ଖଗେନ୍ଦ୍ର ନାୟକ, ଏସଏଚଜି ଗ୍ରୁପର ଅଞ୍ଜଳି ଗୁଚ୍ଛାୟତ, ସବିତା ଜେନା, ମାମିନା ସାମନ୍ତ, ଯଶ୍ନା ବେହରା, ଅଙ୍କିତା ଜେନା, ଅନିତା ଦଳାଇ, ମିନାକ୍ଷୀ ଜେନା, ସାବିତ୍ରୀ ଜେନା, ସ୍ୱରସ୍ବତୀ ବେହେରା, ଅଞ୍ଜନା ଜେନା, ଲିଲି ମଣି ମହାନ୍ତି, ଅର୍ଣ୍ଣପୂର୍ଣ୍ଣା ଶାନ୍ତରା, ଦୀପିକା ଜେନା, ମିତାଞ୍ଜଳି ଜେନା, ସୁମିତା ଜେନା, ଶୁଭଶ୍ରୀ ବେହେରା, ସବିତା ଶାନ୍ତରା, ଅନୁରାଧା ଜେନା ସମେତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *