ବଣାଇ ସିଭିଲ କୋର୍ଟ ଅଞ୍ଚଳ ୩ ଦିନ ପଯ୍ୟନ୍ତ କଣ୍ଟେନମେଣ୍ଟ ଯୋନ ଘୋଷଣା

ବଣାଇ : କରୋନା ସଂକ୍ରମଣ ବର୍ତମାନ ଦୃତ ଗତିରେ ମାଡ଼ି ଚାଲିଥିବା ବେଳେ, ଆଜି ଵଣାଇ ସିଭିଲ କୋର୍ଟରେ କାର୍ଯ୍ୟରତ ୭ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଫଳରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ କୋର୍ଟ ପରିସରକୁ ମାଇକ୍ରୋ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଛି । ଵଣାଇ ଅତିରିକ୍ତ ଜିଲ୍ଲାଜଜ୍ଙ୍କ ଅନୁରୋଧ କ୍ରମେ ବଣାଇ ଉପଜିଲ୍ଲାପାଳ ପ୍ରଦୀପ ଡାଙ୍ଗ ନିଜର ପ୍ରଶାସନିକ କ୍ଷମତାକୁ ପ୍ରୟୋଗ କରି ଏହାକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି ଏବଂ ଏହାକୁ ସମସ୍ତ କର୍ମଚାରୀଙ୍କ ସମେତ ଜନସାଧାରଣ କଡାକଡି ପାଳନ କରିବା ନିମନ୍ତେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ, ଵିଡିଓ ବଣାଇ, ତହସିଲଦାର, ଉପଖଣ୍ଡ ଚିକିତ୍ସାଧିକାରୀ, ଭାରପ୍ରାପ୍ତ ଥାନା ଅଧିକାରୀ ବଣାଇକୁ ପତ୍ର ମାଧ୍ୟମରେ ଅଵଗତ କରାଯାଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *