ନୂଆଦିଲ୍ଲୀ: ଭାରତରେ ପ୍ରତ୍ୟହ ହାରାହାରି ୮୦ ହତ୍ୟାକାଣ୍ଡ ଓ ୭୭ ଧର୍ଷଣ ତଥା ବଳାତ୍କାର ଘଟଣା ଘଟୁଛି। ୨୦୨୦ର ଅପରାଧ ତଥ୍ୟକୁ ଭିତ୍ତିକରି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍ସିଆରବି) ଏଭଳି ରିପୋର୍ଟ ଦେଇଛି। ବୁଧବାର ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶରେ ୨୦୨୦ରେ ୨୯ ହଜାର ୧୯୩ ହତ୍ୟାକାଣ୍ଡ ଘଟିଥିବାବେଳେ କେବଳ ସର୍ବାଧିକ ଅପରାଧ ପ୍ରବଣ ରାଜ୍ୟ ଉତ୍ତର ପ୍ରଦେଶରେ ୩୭୭୯ଟି ଘଟଣା ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି। ଅପରପକ୍ଷରେ ଅପହରଣ ପରିମାଣ ୧୯ପ୍ରତିଶତ ହ୍ରାସ ପାଇଛି। ଉତ୍ତର ପ୍ରଦେଶ ପଛକୁ ରହିଛି ବିହାର।
