ମଦ ନିଶା ହେଲା କାଳ, ମାକୁ ଶାବଳରେ ପିଟି ପିଟି ହତ୍ୟା କଲା ପୁଅ

ତେଲକୋଇ : ମଦ ନିଶା ହେଲା କାଳ । ମାକୁ ଶାବଳରେ ପିଟି ପିଟି ହତ୍ୟା ନୃଶଂସ ପୁଅ । କେନ୍ଦୁଝର ଜିଲ୍ଲା ତେଲକାଇ ଥାନା ବନବିହାରିପୁର ଗାଁ ମୁଣ୍ଡାସାହିରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ପୁଅ ଡୁବୁରୁ ମୁଣ୍ଡା ମଦପିଇ ଘରକୁ ଫେରିଥିଲେ । ମାଙ୍କ ସହିତ କୌଣସି କାରଣକୁ ନେଇ ବଚସା ହୋଇଥିଲା । କିଛି ସମୟ ଧରି ମାଆ ଓ ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ଚାଲିଥିଲା । ମଦ ନିଶାରେ ଥିବା ଡୁବୁରୁ ଉତ୍ୟକ୍ତ ହୋଇ ପ୍ରଥମେ ମା ମୁଣ୍ଡକୁ ତଳେ ପିଟି ଦେଇଥିଲେ । ପରେ ଏକ ଶାବଳରେ ମୁଣ୍ଡକୁ ପିଟି ପିଟି ହତ୍ୟା କରିଥିଲେ । ଶେଷରେ ମାର ଶବକୁ ଘୋସାଡି ନେଇ ତୁଳସୀ ମୁଣ୍ଡାଙ୍କ ଝିଅ ଘରେ ପକାଇ ଦେଇଥିଲେ । ସେପଟେ ବୁଧବାର ସକାଳୁ ଡୁବୁରୁଙ୍କ ବଡଝିଅ ଶ୍ରାବଣୀ ତୁଳସୀଙ୍କ ମୃତ ଦେହକୁ ଦେଖି ସାହି ଲୋକଙ୍କୁ କହିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *