ଖପୁରି ତାଡ଼ି ଦେଲେ ଦୁଇ ଭାଲୁ

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳର ଜଣେ ଚାଷୀ ନିଜ ବାଡ଼ିରେ ଥିବା ପାଇଖାନାକୁ ସକାଳେ ଶୌଚ ନିମନ୍ତେ ଯାଉଥିବା ସମୟରେ ତାଙ୍କୁ ୨ଟି ଭାଲୁ ଅଚାନକ ଆକ୍ରମଣ କରିଛନ୍ତି। ସକାଳ ପ୍ରାୟ ସାଢେ଼ ୬ଟା ସମୟରେ ରିଂପୁର ଗାଁର କନ୍ଦର୍ପ ସିଂ(୫୫) ନାମକ ଚାଷୀ ସକାଳେ ଶୌଚ ସାରି ବିଲକୁ ଯିବା ପାଇଁ ବାହାରୁ ଥିଲେ। ତେବେ ତାଙ୍କ ବାଡ଼ିରେ ଲୁଚି ଥିବା ୨ଟି ଭାଲୁ ଆକ୍ରମଣ କରି ଚାଷୀଙ୍କ ମୁଣ୍ଡ ଖପୁରି ତାଡ଼ି ଦେବା ସହ ଦେହର ବିଭିନ୍ନ ସ୍ଥାନରେ କ୍ଷତାକ୍ତ କରି ଦେଇଛନ୍ତି। ଏନେଇ ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ ଭାଲୁ ମଣିଷ ଲଢେ଼ଇ ହୋଇଥିଲା। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ରୁଣ୍ଡ ହେବାରୁ ଭାଲୁ ଦୁଇଟି ବାଡ଼ି ଭିତରକୁ ପଳାଇ ଥିଲେ। ତେବେ ବାଡ଼ି ଭିତରେ ରହି ଏହି ଭାଲୁଦ୍ବୟ ଭୟଙ୍କର ରଡି ଛାଡୁଥିବା ଅଞ୍ଚଳବାସୀ କହିଛନ୍ତି। ସେପଟେ ଖବର ପାଇ ୧୦୮ଆମ୍ବୁଲାନ୍ସ ଉକ୍ତ ଗାଁରେ ପହଞ୍ଚି ଚାଷୀଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରିଛନ୍ତି।

Leave a Reply

Your email address will not be published. Required fields are marked *